ଫେବୃଆରୀ ୭ରେ ବିଜେପି ପକ୍ଷରୁ ଆୟୋଜିତ ହେବ ବଜେଟ ସଂପର୍କିତ ଆଲୋଚନା ଚକ୍ର
![](https://www.odishalink.com/wp-content/uploads/2020/05/bjp.jpg)
ଭୁବନେଶ୍ୱର: ଗତ ଫେବୃଆରୀ ୧ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କର ଦ୍ୱିତୀୟ ପାଳିର ତୃତୀୟ ଆର୍ଥୀକ ବଜେଟ ଆସିଛି। ଦେଶର ଚାଷ ଠାରୁ ଆରମ୍ଭ କରି ମହାକାଶ ଗବେଷଣା ପର୍ଯ୍ୟନ୍ତ, ଦେଶର ବିକାଶ ଓ ପ୍ରଗତି ଦିଗରେ ଗୁରୁତ୍ୱ ବହନ କରୁଥିବା ସମସ୍ତ କ୍ଷେତ୍ର ପ୍ରତି ଧ୍ୟାନ ଦିଆଯାଇଛି। ଏହି ବଜେଟ ଦ୍ୱାରା ସ୍ୱାସ୍ଥ୍ୟ, ସ୍ୱଚ୍ଛତା, ପୃଷ୍ଟିକର ଖାଦ୍ୟ, ବିଶୁଦ୍ଧ ଜଳ ଓ ସୁଯୋଗର ସମାନତା ଉପରେ ସାଧାରଣ ପୁରୁଷ ଓ ମହିଳା ଉପକୃତ ହେବେ।
ଏହି ବଜେଟ ବ୍ୟକ୍ତିବିଶେଷ,ନିବେଶକ, ଶିଳ୍ପ ଏବଂ ଭିତଭୂମି କ୍ଷେତ୍ର ପାଇଁ ସକାରତ୍ମକ ପରିବର୍ତନ ଆଣିବ। ଏହି ବଜେଟ ଉପରେ ବିଜେପି ବୁଦ୍ଧିଜୀବୀ ସମ୍ମିଳନୀ ପକ୍ଷରୁ ଆସନ୍ତା ଫେବୃଆରୀ ୭ ତାରିଖ ଦିନ ସଂଧ୍ୟା ୫ ଘଟିକା ସମୟରେ ଏକ ଆଲୋଚନା ଚକ୍ର ନୟାପଲ୍ଲୀସ୍ଥିତ କ୍ରାଉନ ହୋଟେଲ ନିକଟସ୍ଥ ‘ଉତ୍କଳ ଚେମ୍ବର ଅଫ୍ କମର୍ସ ଏବଂ ଇଣ୍ଡଷ୍ଟ୍ରୀ’ ସଭାଗୃହ ଠାରେ ଅନୁଷ୍ଠିତ ହେବ।
ଏହି ସଭାରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରତାପ ଷଡଙ୍ଗୀ ଉପସ୍ଥିତ ରହି ବଜେଟ ଉପରେ ବିସ୍ତୁତ ଭାବେ ଆଲୋଚନା କରିବେ। ଏହି ବୁଦ୍ଧିଜୀବୀ ସମ୍ମିଳନୀରେ ସମସ୍ତ ବୁଦ୍ଧିଜୀବୀମାନେ ସାମିଲ ହେବା ପାଇଁ ରାଜ୍ୟ ସାଧାରଣ ସଂପାଦକ ଶ୍ରୀ ଗୋଲକ ପ୍ରସାଦ ମହାପାତ୍ର ନିବେଦନ କରିଛନ୍ତି। ଏହା ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ଷଡଙ୍ଗୀ ଦିନ ୩ ଟାରେ ରାଜ୍ୟ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀରେ ସମ୍ଭୋଧିତ କରିବେ ବୋଲି ଶ୍ରୀ ମହାପାତ୍ର ସୂଚନା ଦେଇଛନ୍ତି।
Comments are closed.