ବିସ୍ଫୋରକ ସମେତ ମାଓ ସାମଗ୍ରୀ ଜବତ

ମାଲକାନଗିରି: ଜବାନଙ୍କ ଅପରେସନ୍ ବେଳେ ଧରାପଡ଼ିଲା ମାଓବାଦୀଙ୍କ ବଡ଼ ଧରଣର ବିସ୍ଫୋରକ ଡମ୍ପିଙ୍ଗ୍ ୟାଡ। ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଞ୍ଚଳର ପିପଲପଦର ଜଙ୍ଗଲରୁ ଏହି ବିପୁଳ ପରିମାଣର ବିସ୍ଫୋରକ ଜବତ କରିଛନ୍ତି ବିଏସଏଫ ଯବାନ।
ମାଓବାଦୀ ଜଙ୍ଗଲ ମଧ୍ୟରେ ଏକ ବିରାଟ ଗାତ କରି ଏକ ଡ୍ରମରେ ବିସ୍ଫୋରକ ସାମଗ୍ରୀକୁ ଲୁଚାଇ ରଖିଥିଲେ। ପୁଲିସକୁ ଏକ ବଡ଼ ଧରଣର କ୍ଷତି ପହଞ୍ଚାଇବା ପାଇଁ ଯୋଜନା କରିଥିଲେ। ଘଟଣା ସ୍ଥଳରୁ ଜିଲଟିନ, ଡିଟୋନେଟର, କାଡେକ୍ସ ୱାୟର, ମାଓ ୟୁନିଫର୍ମ, ମାଓ ପୁସ୍ତିକା ଆଦି ବିପୁଳ ପରିମାଣର ମାଓ ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି। ତେବେ ଏତେ ପରିମାଣର ମାଓ ବିସ୍ଫୋରକ ସାମଗ୍ରୀ ଦେଖିଲେ ସୁରକ୍ଷା ଯବାନଙ୍କୁ ଏକ ବଡ଼ ଧରଣର ହିଂସାକାଣ୍ଡ ଘଟାଇବାକୁ ଯୋଜନା କରୁଥିଲେ ମାଓବାଦୀ। ଆନ୍ଧ୍ର ଓଡ଼ିଶା ବୋର୍ଡର ମାଓ ସଙ୍ଗଠନ ଏହାକୁ ଲୁଚାଇଥିବା ଅନୁମାନ କରାଯାଉଛି।
Comments are closed.