ଭିଜିଲାନ୍ସ ଜାଲରେ ସରକାରୀ ବାବୁ
![](https://www.odishalink.com/wp-content/uploads/2019/12/odisha-vigilance-640x430.jpg)
ଅନୁଗୋଳ : ଭିଜିଲାନ୍ସ ଜାଲରେ ସରକାରୀ ବାବୁ। ଅନୁଗୋଳ ଜିଲ୍ଲା ପାଲଲହଡା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ବରିଷ୍ଠ କିରାଣି ସାଧୁ ଚାତମ୍ବା ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି।
ପ୍ରକାଶ ଯେ, ଶୁକ୍ରବାର ଦିନ ସାଧୁ ଏକ ଜମିଜମା ମାମଲାରେ କାଗଜପତ୍ର କାମ ପାଇଁ ୨ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ଟିମ୍ ତାଙ୍କୁ ଧରିଥିବା ସୂଚନା ମିଳିଛି। ଘାସିରାମ ବେହେରା ନାମକ ଜଣେ ଆବେଦନକାରୀଙ୍କଠାରୁ ସେ ଏହି ଲାଞ୍ଚ ନେଉଥିବା ଜଣାପଡିଛି।
Comments are closed.