ମେ ୩ରୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା

ଭୁବନେଶ୍ୱର: ଆସନ୍ତା ମେ ୩ରୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା। ଏହା ମେ ୧୫ ପର୍ଯ୍ୟନ୍ତ ପରୀକ୍ଷା ଚାଲିବ। ମେ ୩ରୁ ୧୨ ତାରିଖ ପର୍ଯ୍ୟନ୍ତ ସଂସ୍କୃତ ମଧ୍ୟମା ପରୀକ୍ଷା ହେବାର ଥିଲାବେଳେ ମେ ୧୫ ପର୍ଯ୍ୟନ୍ତ ରାଜ୍ୟ ମୁକ୍ତ ବିଶ୍ୱ ବିଦ୍ୟାଳୟ ପରୀକ୍ଷା ଅନୁଷ୍ଠିତ ହେବ। ଏହି ସୂଚନା ଦେଇଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ। ମାଧ୍ୟମିକ ଶିକ୍ଷା ପରିଷଦ ଅଧିନରେ ମାଟ୍ରିକ ପରୀକ୍ଷା ଦେବା ପୂର୍ବରୁ ଛାତ୍ରଛାତ୍ରୀଙ୍କୁ ୩ ଥର ପ୍ରିବୋଡର଼୍ ବା ଟେଷ୍ଟ ପରୀକ୍ଷା ଦେବାକୁ ପଡ଼ିବ। ଏନେଇ ବୋଡର଼୍ ପକ୍ଷରୁ ସୂଚନା ଦିଆଯାଇଛି।
ସୂଚନାଯୋଗ୍ୟ ଯେ, ପାଠ୍ୟକ୍ରମର ୪୦% ପାଠପଢ଼ା ଶେଷ ହେବା ପରେ ଛାତ୍ରଛାତ୍ରୀଙ୍କୁ ପ୍ରଥମ ପରୀକ୍ଷା ଦେବାକୁ ପଡ଼ିବ। ସେହିପରି ୬୦% ପାଠପଢ଼ା ପରେ ଦ୍ୱିତୀୟ ପରୀକ୍ଷା ଓ ୮୦% ପାଠପଢ଼ା ପରେ ତୃତୀୟ ପ୍ରି-ଟେଷ୍ଟ ପରୀକ୍ଷା ହେବ। ପ୍ରି-ଟେଷ୍ଟ ପରେ ଛାତ୍ରଛାତ୍ରୀମାନେ ମାଟ୍ରିକ ପରୀକ୍ଷା ଦେବେ।
ଅନ୍ୟପଟେ ବର୍ତ୍ତମାନ ସୁଦ୍ଧା ଅଧିକାଂଶ ବିଦ୍ୟାଳୟରେ ୪୦% ପାଠପଢ଼ା ଶେଷ ହୋଇଥିବାରୁ ପ୍ରଥମ ପ୍ରି-ଟେଷ୍ଟ ପାଇଁ ମାଧ୍ୟମିକ ଶିକ୍ଷା ନିଦେ୍ର୍ଧଶାଳୟ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଅପରପକ୍ଷରେ ସବୁ ଛାତ୍ରଛାତ୍ରୀ ନିଜ ସ୍କୁଲରେ ପରୀକ୍ଷା ଦେବେନାହିଁ। ଯେଉଁ ସ୍କୁଲରେ ପର୍ଯ୍ୟାପ୍ତ ଭିତିଭୂମି ଥିବ ସେଠାରେ ହିଁ ପରୀକ୍ଷା କେନ୍ଦ୍ର କରାଯିବ। ଯଦି ହିସାବକୁ ନିଆଯାଏ ତେବେ ରାଜ୍ୟରେ ୮ ହଜାରରୁ ଅଧିକ ସରକାରୀ ଓ ବେସରକାରୀ ଉଚ୍ଚ ବିଦ୍ୟାଳୟ ରହିଛି।
କିନ୍ତୁ କେତେକ ସ୍କୁଲରେ ପାଚେରୀ ଓ ସ୍କୁଲ ଘରର ଅଭାବ ରହିଛି। ସେହିସବୁ ସ୍କୁଲର ପିଲାମାନେ ଅନ୍ୟ ସ୍କୁଲରେ ପରୀକ୍ଷା ଦେବେବୋଲି ବୋଡର଼୍ ପକ୍ଷରୁ ନିଷ୍ପତି ନିଆଯାଇଛି। କୌଣସି ପରୀକ୍ଷା କେନ୍ଦ୍ରରେ ୨୦୦ରୁ ଅଧିକ ପିଲା ପରୀକ୍ଷା ଦେବେନାହିଁ। ରାଜ୍ୟର ୪ ହଜାର ସ୍କୁଲରେ ପରୀକ୍ଷା କେନ୍ଦ୍ର କରିବାକୁ ଯୋଜନା କରାଯାଇଛି। ଫର୍ମ ପୂରଣ ପରେ ଏସମ୍ପର୍କିତ ଚୂଡ଼ାନ୍ତ ନିଷ୍ପତି ନିଆଯିବ ବୋଲି ଜାଣିବାକୁ ମିଳିଛି।
Comments are closed.