ସାବୁନ ପାଇଁ କଳି, ହତ୍ୟା କଲା ନାବାଳକ
![](https://www.odishalink.com/wp-content/uploads/2021/02/attack.jpg)
କେନ୍ଦ୍ରାପଡ଼ା: ସାବୁନ ପାଇଁ ହତ୍ୟା। ନିଜ ସାବୁନ ନ ପାଇବାରୁ ଜଣେ ୭ ବର୍ଷ ନାବାଳକର ବେକ କାଟି ଦେଇଥିଲା ଆଉ ଜଣେ ନାବାଳକ। ଆକ୍ରମଣର ଶିକାର ହୋଇଥିବା ନାବାଳକ ହେଲେ ପାପୁନି। ସେ ଏବେ ମୃତ୍ୟୁ ସହ ସଂଘର୍ଷ କରୁଛି। ଅନେକ ତନାଘନା ପରେ ପୁଲିସ ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ଅଭିଯୁକ୍ତ ନାବାଳକକୁ ଅଟକ ରଖିଛି।
ପ୍ରକାଶ ଯେ, ଗତ ୪ ତାରିଖରେ ପାପୁନି ଉକ୍ତ ଅଭିଯୁକ୍ତ ନାବାଳକ ସହ ଗାଧୋଇବାକୁ ଯାଇଥିଲା। ସେଠାରୁ ଫେରିବା ପରେ ଅଭିଯୁକ୍ତ ନିଜ ସାବୁନ ପାଇ ନ ଥିଲା। ଏହାପରେ ଅପରାହ୍ନରେ ପାପୁନିକୁ ଏ ସମ୍ପର୍କରେ ପଚାରିବାରୁ ସେ ସାବୁନ ନେଇ ନ ଥିବା କହିଥିଲେ। ଏଥିରେ ବିଶ୍ୱାସ ନ କରି ଉତ୍ତ୍ୟକ୍ତ ହୋଇଥିବା ଅଭିଯୁକ୍ତଜଣକ ନିଜ ବେଲ୍ଟ ସାହାଯ୍ୟରେ ପାପୁନିକୁ ଟାଣି ଟାଣି ଅଙ୍ଗନବାଡ଼ି କେନ୍ଦ୍ରକୁ ନେଇ ଯାଇଥିଲା।
ଏହାପରେ ନିଜ ପକେଟରେ ଥିବା ଏକ ବ୍ଲେଡରେ ତା’ ବେକ କାଟି ଦେଇଥିଲା। ଏହାପରେ ପାପୁନି ବାହାରକୁ ଦୌଡ଼ି ଆସିବାକୁ ଚିତ୍କାର କରିବାରୁ ଅଭିଯୁକ୍ତଜଣକ ତାକୁ ଭିତରକୁ ଠେଲି କବାଟ ଦେଇଥିଲା। ଯାହାଫଳରେ କବାଟ ମଝିରେ ପାପୁନିର ଆଙ୍ଗୁଠି ରହି ଚାପି ହୋଇ ଯାଇଥିଲା।ପରିବାର ଲୋକେ ବହୁ ଖୋଜାଖୋଜି ପରେ ପୁଅକୁ ନ ପାଇବାରୁ ମୁମୂର୍ଷ ଅବସ୍ଥାରେ ଅଙ୍ଗନବାଡି କେନ୍ଦ୍ରରୁ ଉଦ୍ଧାର କରିଥିଲେ। ଏହାପରେ ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ମାର୍ଶଘାଇ ଡାକ୍ତରଖାନା ଓ ପରେ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।
ପରିବାର ଲୋକେ ବହୁ ଖୋଜାଖୋଜି ପରେ ପୁଅକୁ ନ ପାଇବାରୁ ମୁମୂର୍ଷ ଅବସ୍ଥାରେ ଅଙ୍ଗନବାଡି କେନ୍ଦ୍ରରୁ ଉଦ୍ଧାର କରିଥିଲେ। ଏହାପରେ ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ମାର୍ଶଘାଇ ଡାକ୍ତରଖାନା ଓ ପରେ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।
Comments are closed.