Odisha Link
Bridging the Missing Links in Odisha

ଅବକାରୀ ବିଭାଗର ଅତର୍କିତ ଚଢ଼ାଉ, ମଦ ଜବତ ସହ ୪ ଗିରଫ

ସାଲେପୁର: ଅବକାରୀ ବିଭାଗ ଅତର୍କିତ ଚଢ଼ାଉ କରି ମଦ ଜବତ ସହ ୪ ଜଣଙ୍କୁ ଗିରଫ କରିଛି ପୁଲିସ। ସାଲେପୁର ବ୍ଲକ ବାଲିସାହି ପଞ୍ଚାୟତ ରାଘବପୁର ଗ୍ରାମର ସୁକାନ୍ତ କୁମାର ବାଇଙ୍କୁ ଗିରଫ କରିବା ସହ ତାଙ୍କ ଘରୁ ତିନି ପେଟି ଦେଶୀ ମଦ ଜବତ କରିଛି।

ଆଗରୁ ବହୁବାର ସୁକାନ୍ତ ଗିରଫ ହେବା ନଜୀର ଅଛି। ସାଲେପୁରରେ ଗୋଟେ ଶିଶୁଆରେ ଗୋଟେ ସରକାରୀ ସ୍ୱୀକୃତି ପ୍ରାପ୍ତ ଦେଶୀ ମଦ ଦୋକାନ ରହିଛି। ସେଠାରୁ ଖୁଚୁରାରେ ଆଣି ଗାଁ ଗଣ୍ଡାରେ ଖୁଚୁରା ବ୍ୟବସାୟୀମାନେ ଚୋରା ବେପାର କରନ୍ତି। ଯଦି ଅବକାରୀ ବିଭାଗ ଚୋରା ବେପାରୀଙ୍କୁ ମଦ ଆଣିବା ପାଇଁ ରୋକ ଲଗାନ୍ତେ ତାହେଲେ ଚୋରା ବେପାର ବନ୍ଦ ହୋଇ ପାରନ୍ତା।

Comments are closed.