କୋଟିଆରେ ନିର୍ବାଚନ ପ୍ରସଙ୍ଗ: ସୁପ୍ରିମକୋର୍ଟରେ ରିଟ୍ ପିଟିସନ୍ କରିବ ଓଡ଼ିଶା
![](https://www.odishalink.com/wp-content/uploads/2021/02/Kotia-750x430.jpeg)
ଭୁବନେଶ୍ୱର: କୋଟିଆରେ ନିର୍ବାଚନ ପାଇଁ ଆନ୍ଧ୍ର ସରକାର ଉଦ୍ୟମ କରୁଛନ୍ତି। ଏଥିପାଇଁ ଆନ୍ଧ୍ର ପ୍ରଦେଶର ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ତେବେ ଆନ୍ଧ୍ର ପ୍ରଦେଶ ନିର୍ବାଚନ କମିଶନଙ୍କ ବିଜ୍ଞପ୍ତିକୁ ଓଡ଼ିଶା ସରକାର ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି।
ଏନେଇ ସୁପ୍ରିମକୋର୍ଟରେ ପିଟିସନ୍ ଦାଖଲ କରିଛନ୍ତି ରାଜ୍ୟ ସରକାର। ଏଥିପାଇଁ ଶିବଶଙ୍କର ଦାସଙ୍କୁ ଓକିଲ ଭାବେ ନିଯୁକ୍ତି କରିଛନ୍ତି ରାଜ୍ୟ ସରକାର। ଆସନ୍ତା ୧୩ରେ ୩ଟି ପଞ୍ଚାୟତ ପାଇଁ ଆନ୍ଧ୍ରର ସରପଞ୍ଚ ନିର୍ବାଚନ ହେବ। ଏନେଇ ୪ ତାରିଖରେ ସରପଞ୍ଚ ଓ ୱାର୍ଡମେମ୍ବର ପାଇଁ ନାମାଙ୍କନ ପତ୍ର ଦାଖଲର ଶେଷ ଦିନ ଥିବା ଆନ୍ଧ୍ର ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ଆନ୍ଧ୍ର କୋଟିଆ ଉପରେ ନିଜ ଦାବି ରଖୁଛି।
ଆନ୍ଧ୍ର ପକ୍ଷରୁ ପଞ୍ଚାୟତ ନିର୍ବାଚନ ବିଜ୍ଞପ୍ତି ପ୍ରକାଶ ପାଇବାରେ କୋଟିଆର ୨ ଜଣ ସରପଞ୍ଚ ପଦବୀ ଓ ୮ ଜଣ ୱାର୍ଡମେମ୍ବର ପଦବୀ ପାଇଁ ନାମାଙ୍କନ ପତ୍ର ଭରିଥିବା ସୂଚନା ମିଳିଛି। ସେହିଭଳି ଫାଟୁସିନେରୀ ପଞ୍ଚାୟତ ନିମନ୍ତେ ଗୋଟିଏ ସରପଞ୍ଚ ପ୍ରାର୍ଥୀ ଓ ୪ଜଣ ୱାର୍ଡ ମେମ୍ବର ପ୍ରାର୍ଥୀ ନାମାଙ୍କନ ପତ୍ର ଏବଂ ଫଗୁଣସିନେରୀ ନିମନ୍ତେ କୌଣସି ମଧ୍ୟ ସରପଞ୍ଚ କିମ୍ବା ୱାର୍ଡ ମେମ୍ବର ପ୍ରାର୍ଥୀ ନାମାଙ୍କନ ପତ୍ର ପ୍ରଦାନ କରିନଥିବା ନେଇ ଜଣାପଡିଛି।
Comments are closed.