ଭିଜିଲାନ୍ସ ଜାଲରେ ସରକାରୀ ବାବୁ

ନୟାଗଡ : ଭିଜିଲାନ୍ସ ଜାଲରେ ସରକାରୀ ବାବୁ। ନୟାଗଡ ମ୍ୟୁନିସିପାଲଟିର କ୍ୟାସିୟର ଅଜୟ କୁମାର ସାଥୁଆ ଭିଜିଲାନ୍ସ ହାତରେ ଧରାପଡିଛନ୍ତି ।ସେ ଠିକାଦାରଙ୍କର ଠାରୁ ଲାଞ୍ଚ ନେଉଥିବା ସମୟରେ ଧରାପଡିଛନ୍ତି । ମ୍ୟୁନିସିପାଲଟିର କ୍ୟାସିୟର ବିଲ୍ ପାସ୍ କରିଦେବା ପାଇଁ ଠିକାଦାରଙ୍କଠାରୁ ୨୦ହଜାର ଟଙ୍କା ଲାଞ୍ଚ ମାଗିଥିଲେ।
ଏ ନେଇ ଠିକାଦାର ଜଣଙ୍କ ଭିଜିଲାନ୍ସ ବିଭାଗରେ ଅଭିଯୋଗ କରିଥିଲେ । ତେବେ ପୂର୍ବ ଯୋଜନା ମୁତାବକ ଠିକାଦାରଙ୍କଠୁ କ୍ୟାସିୟର ଜଣଙ୍କ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଟିମ୍ ଗିରଫ କରିଛି । ଅଧିକ ତଦନ୍ତ ଜାରି ରଖିଛି ଭିଜିଲାନ୍ସ ଟିମ୍ ।
Comments are closed.