ସେକ୍ସ କାରବାରରେ ୩ ଗିରଫ
![](https://www.odishalink.com/wp-content/uploads/2021/01/sex-racket.jpg)
ପୁରୀ : ସେକ୍ସ କାରବାର ମାମଲାରେ ୩ ଜଣ ଗିରଫ। ପୁରୀ ଶ୍ରୀକ୍ଷେତ୍ର ଲଜ୍ରୁ ୨ ଦେହଜୀବୀଙ୍କ ସହ ୩ ଜଣଙ୍କୁ ଗିରଫ କରିଛି ପୁଲିସ । ୨ ଦେହଜୀବୀଙ୍କ ମଧ୍ୟରେ ଜଣେ ରାଣୀ ମହୁମାଛି ବୋଲି ଜଣାପଡିଛି ।
ଏନେଇ ସୂଚନା ଦେଇଛି କୁମ୍ଭାରପଡ଼ା ଥାନା ପୋଲିସ । ସୁଜା ମହାନ୍ତି (ଛଦ୍ମନାମ)କୁ ରାଣୀ ମହୁମାଛି କହି ଗିରଫ କରି ଜେଲ୍ ପଠାଇଛି ପୁଲିସ । ଅନ୍ୟ ଦେହଜୀବୀକୁ ଲେଖାପଢ଼ା କରି ଛାଡ଼ିଛି । ହେଲେ ଅସଲ ରାଣୀ ମହୁମାଛି ଖସିଯାଇଥିବା ଜଣାଯାଇଛି ।
ଗିରଫ ଗ୍ରାହକ ହେଲେ କଙ୍କଡାପାଳର ରାଜେନ୍ଦ୍ର ସାହୁ ଓ ଲଜ୍ କର୍ମଚାରୀ ବଳଗଣ୍ଡିର ସଞ୍ଜୟ ଦାସ। ଗିରଫ ପରେ ସେମାନଙ୍କୁ ସୋମବାର କୋର୍ଟଚାଲାଣ କରାଯାଇଥିଲା । ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ଜେଲ୍ ପଠାଇ ଦିଆଯାଇଛି । ହେଲେ ଏହି ଧନ୍ଦାର ମାଷ୍ଟର ମାଇଣ୍ଡି କିଏ ତାହା ଜଣା ପଡ଼ି ନାହିଁ।
ହେଲେ ପୁଲିସ ସୁଜାକୁ ରାକେଟର ମୁଖ୍ୟ ବୋଲି କହିଛି। କିନ୍ତୁ ତା ପଛରେ ଅଛନ୍ତି ଜଣେ ୫୦ ବର୍ଷୀୟା ମହିଳା । ସେ ଦିନରୁ ରାତି ଯାଏଁ ବିଭିନ୍ନ ଲଜ୍ ଓ ହୋଟେଲ୍ରେ ବସି ଦେହ କାରବାର ନିୟନ୍ତ୍ରଣ କରେ । କିନ୍ତୁ ରବିବାର ଲଜ୍ରେ ଚଢ଼ଉବେଳେ ସେ ଅନୁପସ୍ଥିତ ଥିଲା ।
Comments are closed.