Odisha Link
Bridging the Missing Links in Odisha

ଉତ୍ତରାଖଣ୍ଡ ହିମସ୍ଖଳନ: ମିଳିଲା ୨ ଓଡ଼ିଆଙ୍କ ପରିଚୟ

ଭଦ୍ରକ: ଉତ୍ତରାଖଣ୍ଡ ଘଟିଥିବା ହିମସ୍ଖଳନରେ ନିଖୋଜ ଥିବା ୨ ଓଡିଆଙ୍କ ପରିଚୟ ମିଳିଛି। ନିଖୋଜ ବ୍ୟକ୍ତି ହେଲେ ଭଦ୍ରକ ଜିଲ୍ଲା ବାଂଶଡା ଥାନା ଅନ୍ତର୍ଗତ ଯଶୀପୁର ପଞ୍ଚାୟତର କୁଦକାନ୍ଥି ଗାଁର ନାଗାର୍ଜୁନ ଦାସ ଏବଂ ଅନ୍ୟଜଣେ ହେଲେ ମୟୂରଭଞ୍ଜର ଖୁଣ୍ଟା ବ୍ଲକର ପର୍ଶୁରାମ ହାଁସଦା। ଉତ୍ତରାଖଣ୍ଡ ହିମସ୍ଖଳନରେ ଚାଲିଗଲା ବହୁ ଲୋକଙ୍କ ଜୀବନ।

ଏପର୍ଯ୍ୟନ୍ତ ବହୁ ଲୋକ ନିଖୋଜ ଥିବା ପ୍ରାଥମିକ ରିପୋର୍ଟରୁ ମଧ୍ୟ ଜଣାପଡ଼ିଛି। ଏହି ନିଖୋଜ ବ୍ୟକ୍ତିଙ୍କ ମଧ୍ୟରେ ଅଛନ୍ତି ୨ ଜଣ ଓଡ଼ିଆ। ଉତ୍ତରାଖଣ୍ଡର ରୁଷିଗଙ୍ଗା ପାଓ୍ବାର ପ୍ରକଳ୍ପ ଅଧିନରେ ଥିବା ତପୋବନ ରେଣୀ ବ୍ୟାରେଜରେ ଇଲେକ୍ଟ୍ରିସିଆନ ନାଗାର୍ଜୁନ କାମ କରନ୍ତି। ନୟାଗଡ ଜିଲ୍ଲାର ସୁଶାନ୍ତ ମଧ୍ୟ ଏହି ରେଣୀ ବ୍ୟାରେଜରେ କାମ କରନ୍ତି।

କିନ୍ତୁ କୌଣସି କାରଣରୁ ସୁଶାନ୍ତ ଘରକୁ ଚାଲି ଆସିଥିଲେ। ତାଙ୍କ ବଦଳରେ ନାଗାର୍ଜୁନ କାମ କରୁଥିଲେ। ଭଦ୍ରକ ଜିଲ୍ଲା ପ୍ରଶାସନ ନାଗାର୍ଜୁନଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା ଜାରି ରଖିଛି। ଅନ୍ୟପଟେ ମୟୂରଭଞ୍ଜର ପର୍ଶୁରାମ ହାଁସଦାଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା ମଧ୍ୟ ଜାରି ରହିଛି।

Comments are closed.