ଉତ୍ତରାଖଣ୍ଡ ହିମସ୍ଖଳନ, ମୃତ୍ୟୁ ସଂଖ୍ୟା ୩୨କୁ ବୃଦ୍ଧି

ନୂଆଦିଲ୍ଲୀ: ଉତ୍ତରାଖଣ୍ଡରେ ହେଇଥିବା ହିମ ସ୍ଖଳନର ଉଦ୍ଧାର କାର୍ଯ୍ୟ ଆଜି ଚତୁର୍ଥ ଦିନରେ ମଧ୍ୟ ଜାରି ରହିଛି। ଏହି କାର୍ଯ୍ୟରେ ୫ ଶହ ଯବାନଙ୍କୁ ନିୟୋଜିତ କରାଯାଇଛି। ବର୍ତ୍ତମାନୁ ସୁଦ୍ଧା ୩୨ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ମଧ୍ୟ ୨୦୬ ଜଣ ଏବେ ମଧ୍ୟ ନିଖୋଜ ରହିଥିବା ଜଣାପଡ଼ିଛି। ତେବେ ତପୋବନ ସୁଡ଼ଙ୍ଗ ମଧ୍ୟରେ ୩୦ ଜଣ ଏବେ ବି ଫସି ରହିଥିବା ସୂଚନା ମିଳିଛି।
ସୂଚନାଯୋଗ୍ୟ, ଉତ୍ତରାଖଣ୍ଡର ଚମୋଲି ଜିଲ୍ଲାରେ ଗ୍ଲାସିୟର ଭାଙ୍ଗିଯିବା ଫଳରେ ଏକ ଭୟଙ୍କର ପ୍ରଳୟ ସୃଷ୍ଟି ହୋଇଥିଲା। ଜିଲ୍ଲାର ରେନି ଗ୍ରାମ ନିକଟରେ ଗ୍ଲାସିୟର ଭାଙ୍ଗିଯିବା ଦ୍ୱାରା ବହୁ ଗ୍ରାମବାସୀ କ୍ଷତିଗ୍ରସ୍ତ ହୋଇଛନ୍ତି। ଉକ୍ତ ଅଞ୍ଚଳରେ ଚାଲୁଥିବା ଋଷି ଗଙ୍ଗା ପ୍ରୋଜେକ୍ଟ ନଷ୍ଟ ହୋଇଯାଇଛି। ସେଠାରେ କାର୍ଯ୍ୟ କରୁଥିବା ବହୁ ଶ୍ରମିକ ନିଖୋଜ ହୋଇଯାଇଛନ୍ତି।
Comments are closed.