କୁକୁର ମୁହଁରୁ ନବଜାତ ଶିଶୁ ଉଦ୍ଧାର

କୋରାପୁଟ: କୁକୁର ମୁହଁରୁ ନବଜାତ ଶିଶୁ ଉଦ୍ଧାର। ନବଜାତ ଶିଶୁକୁ କୁକୁର ଝୁଣି ଖାଇବା ଅବସ୍ଥାରେ ଉଦ୍ଧାର କରାଯାଇଛି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କାକରିଗୁମ୍ମା ରେଳଲାଇନ କଡ଼ରେ।
ନବଜାତକ ଶିଶୁକୁ କେହି ଜନ୍ମକରି ଫିଙ୍ଗି ଦେଇଥିବା ଜଣାପଡିଛି। ଶିଶୁଟିକୁ କୁକୁର ଆକ୍ରମଣ କରିବା ଦେଖି ଲୋକେ ଚାଇଲ୍ଡଲାଇନକୁ ଖବର ଦେଇଥିଲେ। ପରେ ଗୁରୁତର ଅବସ୍ଥାରେ ଚାଇଲ୍ଡଲାଇନ ପକ୍ଷରୁ ଶିଶୁଟିକୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି। ତେବେ ଶିଶୁଟିକୁ କିଏ ରେଳ ଲାଇନ କଡ଼ରେ ଫିଙ୍ଗିଛି ସେ ନେଇ କିଛି ଜଣାପଡ଼ିନାହିଁ।
Comments are closed.