Odisha Link
Bridging the Missing Links in Odisha

କୋଏଲ ନଦୀରୁ ୩ ଜଣ ନାବାଳକଙ୍କ ମୃତ୍ୟୁ ଦେହ ଉଦ୍ଧାର

ରାଉରକେଲା : ରାଉରକେଲା କୋଏଲ ନଦୀରେ ବୁଡି ୩ ଜଣ ନାବାଳକଙ୍କର ମୃତ୍ୟୁ ଦେହ ଉଦ୍ଧାର। ସେମାନଙ୍କ ମୃତଦେହ ନଦୀରେ ଭାସୁଥିବା ବେଳେ ଝିରିପାଣି ପୁଲିସ, ଫାୟାର ବ୍ରିଗେଡ଼ ଟିମ୍ ଏବଂ ସ୍ଥାନୀୟ ଲୋକ ନଦୀରୁ ଉଦ୍ଧାର କରିଛନ୍ତି ।

ବୈକୁଣ୍ଠ ଘାଟ ନିକଟ କୋଏଲ ନଦୀ କୂଳରେ ନାବାଳକ ୩ ଜଣଙ୍କର ଚପଲ ପଡିଛି । ଆଖପାଖ ଅଞ୍ଚଳର ପିଲା ୩ ଜଣ ନଦୀରେ ଗାଧାଉଥିବା ବେଳେ ବୁଡି ଯାଇଥିବା ସନ୍ଦେହ କରାଯାଉଛି । ଏପର୍ଯ୍ୟନ୍ତ ସମସ୍ତଙ୍କୁ ଚିହ୍ନଟ କରାଯାଇପାରିନାହିଁ ।

Comments are closed.