ପାଙ୍ଗୋଙ୍ଗ ହ୍ରଦ କୂଳରୁ ସେନା ପ୍ରତ୍ୟାହାର କଲେ ଭାରତ ଓ ଚାଇନା

ନୂଆଦିଲ୍ଲୀ: ଅନେକ ମାସ ଥରି ଭାରତ ଏବଂ ଚୀନ୍ ମଧ୍ୟରେ ଚାଲିଥିବା ବିବାଦ ଧିରେ ଧିରେ ଥମୁଛି। ପ୍ରଥମଥର ପାଇଁ ପାଙ୍ଗୋଙ୍ଗ ହ୍ରଦର ଫିଙ୍ଗର ୪ରୁ ଉଭୟ ଦେଶ ନିଜ ନିଜର ସେନା ଯବାନଙ୍କୁ ପଛକୁ ହଟାଇଛନ୍ତି। ଏହା ଚୀନ୍ ପ୍ରତିରକ୍ଷା ମନ୍ତ୍ରାଳୟ ମୁଖପାତ୍ର ବୁଧବାର ଅପରାହ୍ନରେ କହିଛନ୍ତି। ଉଭୟ ଦେଶ ମଧ୍ୟରେ ୯ମ ରାଉଣ୍ଡ ବୈଠକ ବେଳେ ଏପରି ବୁଝାମଣା ହୋଇଥିଲା।
ବୈଠକର ବୁଝାମଣା ଅନୁଯାୟୀ, ପାଙ୍ଗୋଙ୍ଗ ହ୍ରଦର ଉତ୍ତର ଓ ଦକ୍ଷିଣ ପାର୍ଶ୍ୱରେ ଉଭୟ ଦେଶ ମୁତୟନ କରିଥିବା ଯବାନଙ୍କୁ ୧୦ ତାରିଖରୁ ପଛକୁ ହଟାଇବେ। ସୁସଂଗଠିତ ଓ ଶୃଙ୍ଖଳିତ ଢଙ୍ଗରେ ଡିସଏନଗେଜମେଣ୍ଟ କରାଯିବ ବୋଲି ନିଷ୍ପତ୍ତି ହୋଇଥିଲା। ତଦନୁଯାୟୀ ଡିସଏନଗେଜମେଣ୍ଟ କରାଯାଉଛି ବୋଲି ସେ କହିଛନ୍ତି।ଅନ୍ୟପକ୍ଷରେ ଚାଇନା ଏକଥା କହିଥିଲେ ହେଁ ଭାରତ ପକ୍ଷରୁ ଏଯାଏ ଏହା ଉପରେ କୌଣସି ପ୍ରତିକ୍ରିୟା ଦିଆଯାଇନାହିଁ।
ଯୋଜନା ଅନୁଯାୟୀ, ଚାଇନାର ଯବାନମାନେ ଫିଙ୍ଗର ୮କୁ ଯିବେ।ଭାରତୀୟ ସେନା ଧାନ ସିଂହ ଥାପ୍ପା ପୋଷ୍ଟକୁ ଆସିବେ। ଏହା ଫିଙ୍ଗର ୨ ଓ ୩ ମଧ୍ୟରେ ରହିଛି। ଫିଙ୍ଗର ୪ ଯାଏ ଭାରତ କିମ୍ବା ଚାଇନା କେବେ ହେଲେ ନିଜର ପ୍ୟାଟ୍ରୋଲିଂ ଗାଡ଼ିକୁ ନେବେନାହିଁ। ଏହା ପର୍ଯ୍ୟାୟକ୍ରମେ ହେବ। ସେହିପରି ଉଭୟ ଦେଶ ଫିଙ୍ଗର ୪ ନିକଟରେ ମୁତୟନ କରିଥିବା ଟ୍ୟାଙ୍କ ଓ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ରକୁ ବି ପଛକୁ ନେବେ ବୋଲି ବୈଠକରେ ନିଷ୍ପତ୍ତି ହୋଇଥିଲା।
ବୈଠକ ବେଳେ ଏକାଧିକ ଫିକ୍ସନ ପଏଣ୍ଟରୁ ଚାଇନା ସେନା ପ୍ରତ୍ୟାହାର କରୁ ବୋଲି ମଧ୍ୟ ଭାରତ ଦାବି କରିଥିଲା। ଏହା ମଧ୍ୟରେ ଗୋଗ୍ରାଠାରେ ଥିବା ଦେଶପାଙ୍ଗ ଫିକ୍ସନ ପଏଣ୍ଟ ମଧ୍ୟ ରହିଥିଲା। ଦେଶପାଙ୍ଗରେ ଚାଇନା ଦୀର୍ଘ ୫ରୁ ୬ ବର୍ଷ ହେଲାଣି ନିଜର ସାମାରିକ ଶକ୍ତିକୁ ବୃଦ୍ଧି କରିବାରେ ଲାଗିଛି।
Comments are closed.