ବେଆଇନ ଭାବେ ତିଆରି ଚାଲିଛି ଇଟାଭାଟି, ତଣ୍ଡ ଗଣିଲେଣି ୩୫ ଭାଟି ମାଲିକ
ଜୟପୁର: ବେଆଇନ ଭାବେ ତିଆରି ଚାଲିଛି ଇଟାଭାଟି। ଏହା ଜୟପୁର ତହସିଲର ସହର ଉପକଣ୍ଠରେ ରହିଥିବା ବହୁ ଗାଁରେ ଚାଲିଛି ଶହେରୁ ଅଧିକା ଇଟାଭାଟି। ବେଆଇନ ଭାବେ ଗଛ କାଟି ଇଟା ପୋଡ଼ିବା ଦ୍ବାରା ଅଞ୍ଚଳରେ ଏକ ଉତ୍ତପ୍ତ ବଳୟ ସୃଷ୍ଟି ହେଉଛି।
ସୁପ୍ରିମକୋର୍ଟ, ଏନଜିଟି ପ୍ରଦୁଷଣକୁ ନଜରରେ ରଖି ଇଟାଭାଟିକୁ ବେଆଇନ୍ ଘୋଷଣା କରିଛନ୍ତି। ମୃତ୍ତିକା କ୍ଷୟ ଓ ପ୍ରଦୂଷଣ ରୋକିବା ପାଇଁ ରାଜ୍ୟ ସରକାର ମାଟି ତିଆରି ଇଟା ନିର୍ମାଣରେ ରୋକ ଲଗାଇଛନ୍ତି । କିନ୍ତୁ ଆଇନକୁ ଖୋଲାଖୋଲି ଭାବେ ଉଲ୍ଲଂଘନ କରି ଭାଟି ମାଲିକମାନେ ନିଜ ଇଚ୍ଛା ମୁତାବକ ଇଟା ତିଆରି କରୁଛନ୍ତି।
ପ୍ରଶାସନ ପକ୍ଷରୁ ଜୟପୁର ତହସିଲ ଅଧିନରେ କାହାକୁ ମଧ୍ୟ ଲାଇସେନ୍ସ୍ ପ୍ରଦାନ କରାଯାଇନାହିଁ। କିନ୍ତୁ ମୁନାଫାଖୋର ବେପାରୀମାନେ ବେଆଇନ ଭାବେ ଚଲାଉଛନ୍ତି ଏହି ବ୍ୟବସାୟ। ପ୍ରଶାସନ ଏମାନଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନେଉ ନ ଥିବାରୁ ଅବାଧରେ ଏହି କାର୍ଯ୍ୟ କରୁଛନ୍ତି।
ଏନେଇ ଜରିମାନା ଆଦାୟ କରୁଛନ୍ତି ସତ କିନ୍ତୁ ସେହି ଭାଟି ମାଲିକାମାନେ ନିଜ ଇଚ୍ଛାର ଇଟା ତିଆରି କରି ଲକ୍ଷାଧିକ ଟଙ୍କାର ଲାଭ ପାଉଛନ୍ତି। ଅସାମାଜିକ ବ୍ୟକ୍ତି ଏହି କାର୍ଯ୍ୟରେ ନ୍ୟସ୍ତ ରହୁ ଥିବାରୁ ଇଟା ଭାଟିକୁ କେହି ବନ୍ଦ କରିବାକୁ ସାହସ କରୁନାହାନ୍ତି।
ଜୟପୁର ତହସିଲଦାର ଟୁଲିଆମ୍ମା ପ୍ରଧାନଙ୍କ କହିବାନୁଯାୟୀ, ଚଳିତବର୍ଷ ଜୟପୁର ତହସିଲ ଅଧିନରେ ୮୬ଟି ବେଆଇନ ଇଟାଭାଟି ରହିଥିବା ସୂଚନା ରହିଛି। ଏନେଇ ୩୫ଟି ଭାଟି ମାଲିକ ଠାରୁ ସାଢ଼େ ୪ ଲକ୍ଷ ଟଙ୍କାର ଜରିମାନା ଆଦାୟ କରାଯାଇଛି। ଏଥିସହ ବଳକା ଇଟାଭାଟି ମାଲିକମାନଙ୍କୁ ନୋଟିସ୍ ଦିଆଯାଇଛି। ସେମାନ ଯଦିଓ ଜରିମାନା ନଦେଲେ ସୋମନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି।
Comments are closed.