ଭୟାବହ ଅଗ୍ନିକାଣ୍ଡ: ଜଳିଗଲା ୪ ବସ୍ ଓ ସ୍କୋର୍ପିଓ
![](https://www.odishalink.com/wp-content/uploads/2021/02/fire.jpg)
ଭଦ୍ରକ: ଭୟାବହ ଅଗ୍ନିକାଣ୍ଡରେ ଜିଳିଗଲା ୪ ବସ୍ ଓ ଗୋଟିଏ ସ୍କୋର୍ପିଓ। ଗତକାଲି ବିଳମ୍ବିତ ରାତିରେ ଭଦ୍ରକ ଜିଲ୍ଲା ୧୬ନମ୍ବର ଜାତୀୟ ରାଜପଥର ଡାହାଣୀଗଡ଼ିଆ ଛକ ନିକଟରେ ଥିବା ହରିଶଙ୍କର ଗ୍ୟାରେଜରେ ଏହି ଅଗ୍ନିକାଣ୍ଡ ଘଟିଛି। ସୌଭାଗ୍ୟବଶତଃ, ବସ୍ କର୍ମଚାରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି।
ସୂଚନାଯୋଗ୍ୟ, ବିଳମ୍ବିତ ରାତିରେ ଗ୍ୟାରେଜ୍ରେ ନିଆଁ ଲାଗିଯିବା ଦେଖି ସ୍ଥାନୀୟ ଲୋକେ ବସ୍ ଭିତରେ ଶୋଇଥିବା କର୍ମଚାରୀଙ୍କୁ ଏସମ୍ପର୍କରେ ଆଲର୍ଟ କରାଇଥିଲେ। ନିଆଁ ଜଳୁଥିବା ନେଇ ସ୍ଥାନୀୟ ଲୋକେ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ୩ଟି ଦମକଳ ଗାଡ଼ି ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ହୋଇଥିଲେ ଓ ୩ ଘଣ୍ଟା ପରେ ନିଆଁକୁ ଆୟତ୍ତ କରାଯାଇଛି।ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡିନାହିଁ।
Comments are closed.