ଲୁଟେରାଙ୍କ ନୂଆ ପଦ୍ଧତି , ମହିଳା ବେଶରେ କରୁଛନ୍ତି ଲୁଟ୍

ରାଣାଘାଟ: ମହିଳା ବେଶ ଧରି ଅଧାରାତିରେ ଲୁଟ କରୁଛନ୍ତି ଲୁଟେରା। ଦୁଇଜଣ ଲୁଟେରାଙ୍କୁ ଗିରଫ କରିଛି ପୁଲିସ୍। ପଶ୍ଚିମବଙ୍ଗର ନାଦିଆ ଜିଲ୍ଲାର ଏକ ରାଜପଥରୁ ଦୁଇଜଣ ବ୍ୟକ୍ତିଙ୍କୁ ମହିଳା ପରିଧାନ କରି ଗାଡି ଚୋରି କରିବା ସହ ଯାତ୍ରୀଙ୍କୁ ଲୁଟିବା ଉଦ୍ୟମ ଅଭିଯୋଗରେ ପୁଲିସ୍ ଗିରଫ କରିଛି।
ପ୍ରକାଶ ଯେ, ଏହି ମହିଳା ବେଶଧାରୀ ଲୁଟେରାମାନେ ରାତି ଅଧରେ ରାଜପଥରେ ଯାଉଥିବା ଯାନବାହନଗୁଡ଼ିକୁ ଅଟକାଇ ଲୁଟ୍ କରୁଥିଲେ। ମଙ୍ଗଳବାର ସକାଳେ ଜାତୀୟ ରାଜପଥ ୩୪ରେ ରଣାଗତ ପୁଲିସ ଷ୍ଟେସନର ଏକ ପାଟ୍ରୋଲିଂ ଗାଡ଼ିକୁ ଦେଖି ଲୁଟେରା ଦୁଇଜଣ ଖସିଯିବାକୁ ଚେଷ୍ଟା କରୁଥିବା ବେଳେ ପୁଲିସ ସେମାନଙ୍କୁ ଗୋଡ଼ାଇ ଗୋଡ଼ାଇ ଧରିଥିଲା।
ପୁଲିସ କହିଛି ଯେ, ସେମାନେ ଦୁଇଜଣ ମହିଳା ବେଶ ଧାରଣ କରି ରାଜରାସ୍ତାର ଅନ୍ଧାରିଆ ଜାଗାରେ ଅପେକ୍ଷା କରି ରହୁଥିଲେ। ଯେତେବେଳେ ସେମାନଙ୍କ ନିକଟ ଦେଇ କୌଣସି ଗାଡ଼ି ଯାଉଥିଲା ସେତେବେଳେ ସାହାଯ୍ୟ ମାଗି ଗାଡ଼ିକୁ ଅଟକାଉଥିଲେ।
ପରେ ଗାଡ଼ି ଅଟକିବା ମାତ୍ରେ ସେମାନେ ଗାଡ଼ି ଭିତରେ ଥିବା ଯାତ୍ରୀମାନଙ୍କ ଉପରେ ମରଣାନ୍ତକ ଆକ୍ରମଣ କରି ଗାଡ଼ି ଭିତରୁ ଆଣି ସେମାନଙ୍କୁ ରାଜରାସ୍ତା ଉପରେ ପକାଇ ଦେଉଥିଲେ ଓ ସେମାନଙ୍କ ଗାଡ଼ିଧରି ଫେରାର ହୋଇ ଯାଉଥିଲେ।
Comments are closed.