ସନ୍ ହସ୍ପିଟାଲ୍ ସାମୟିକ ବନ୍ଦ
କଟକ: ସନ୍ ହସ୍ପିଟାଲ୍ ସାମୟିକ ବନ୍ଦ। କନିକା ଛକ ସ୍ଥିତ ସନ୍ ହସ୍ପିଟାଲ୍ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଜିଲ୍ଲା ପ୍ରଶାସନ। ହସ୍ପିଟାଲ ବିରୋଧରେ କଠୋର ଆଭିମୁଖ୍ୟ ଗ୍ରହଣ କରି, ନୀତିନିୟମ ଖିଲାପ୍ କରିଥିବା ଯୋଗୁଁ ହସ୍ପିଟାଲ୍କୁ ଏବେ ସାମୟିକଭାବେ ବନ୍ଦ ପାଇଁ ଆଜି ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି।
ଅଗ୍ନିକାଣ୍ଡ ଘଟଣାରେ ପ୍ରଶାସନ ପକ୍ଷରୁ ମଗାଯାଇଥିବା କୈଫିୟତରେ ସନ୍ତୋଷଜନକ ଉତ୍ତର ନମିଳିବାରୁ ଏବଂ ତଦନ୍ତରେ ହସ୍ପିଟାଲ୍ର ବହୁ ତ୍ରୁଟି ବିଚ୍ୟୁତି ଧରାପଡ଼ିବାରୁ ଏପରି କାର୍ୟ୍ୟାନୁଷ୍ଠାନ କରାଯାଇଛି ବୋଲି କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ ଚନା ଦେଇଛନ୍ତି। ହସ୍ପିଟାଲରେ ନିଦାନ ପରୀକ୍ଷା ବନ୍ଦ କରିବା ସହ ଆଉଟ୍ଡୋର୍ ଏବଂ ୱାର୍ଡରେ ରୋଗୀ ସେବା ବନ୍ଦ କରିବା ପାଇଁ ପ୍ରଶାସନ ପକ୍ଷରୁ ସନ୍ ହସ୍ପିଟାଲ୍ କର୍ତ୍ତୃପକ୍ଷଙ୍କୁ ଆଜି ନିର୍ଦ୍ଦେଶ ଦିଆଯାଇଥିବା ଜିଲ୍ଲାପାଳ କହିଛନ୍ତି।
ସନ୍ ହସ୍ପିଟାଲରେ ଅଗ୍ନିକାଣ୍ଡ ପରେ ସମ୍ପୃକ୍ତ ସଂସ୍ଥାକୁ ପ୍ରଶାସନ ପକ୍ଷରୁ କୈଫିୟତ ତଲବ କରାଯାଇଥିଲା। ହସ୍ପିଟାଲରେ ଫାୟାର୍ ସେଫ୍ଟି ସାର୍ଟିଫିକେଟ୍ ନଥିବାବେଳେ ପାର୍କିଂ ସୁବିଧା ନାହିଁ। ସେହିପରି ସିଡିଏର ବିନା ଅନୁମୋଦନରେ ମନଇଚ୍ଛା ଉଚ୍ଚ ଅଟ୍ଟାଳିକା ନିର୍ମାଣ କରି ରୋଗୀ ଚିକିତ୍ସା ଭଳି ଜରୁରିକାଳୀନ ସେବା ଚାଲିଥିଲା।
Comments are closed.