Odisha Link
Bridging the Missing Links in Odisha

ତିନୋଟି ପୁସ୍ତକର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତିନିଗୋଟି ପୁସ୍ତକ ଲୋକାର୍ପଣ କରିଛନ୍ତି। ଏଥିମଧ୍ୟରେ ରହିଛି ସହକାରୀ ଆୟକର ଆୟୁକ୍ତ ଦୁର୍ଗାପ୍ରସାଦ ମହାପାତ୍ରଙ୍କ ୨ଟି କବିତା ସଂକଳନ ‘ସଜ ତୁଳସୀ’ ଓ ‘ଅସଜଡ଼ା ପାଖୁଡ଼ା’ । ଏହି ୨ଟି କବିତା ସଂକଳନରେ କବିସତ୍ତାର ମୌଳିକତା ଅତି ସୁନ୍ଦର ଭାବରେ ପ୍ରସ୍ଫୁଟିତ ହୋଇପାରିଛି।

ସେହିପରି ମୁଖ୍ୟମନ୍ତ୍ରୀ ପଟ୍ଟନାୟକ ଅଧ୍ୟାପିକା ଇପ୍ସିତା ଷଡ଼ଙ୍ଗୀଙ୍କ ଦ୍ୱାରା ଓଡ଼ିଆରେ ଅନୁବାଦିତ ତଥା ଅନନ୍ତିନୀ ଝୁମ୍ପା ମିଶ୍ରଙ୍କ ମୂଳ ଇଂରାଜୀ ରଚନା ‘ମ୍ୟାନ ହଟ୍ଟନରୁ ମୁନ୍ନାର’ ଉପନ୍ୟାସଟିକୁ ମଧ୍ୟ ଲୋକାର୍ପଣ କରିଥିଲେ। ଅନନ୍ତିନୀ ଝୁମ୍ପା ମିଶ୍ର ଜଣେ ପ୍ରତିଭାସମ୍ପନ୍ନ ଶିଶୁ ଲେଖିକା। ଅଳ୍ପ ବୟସରେ ଅନେକ ଉଚ୍ଚକୋଟୀର ସାହିତ୍ୟ ସୃଷ୍ଟି କରି ସେ ପ୍ରଶଂସିତ ହୋଇଛନ୍ତି । ଏହା ସହିତ ମୁଖ୍ୟମନ୍ତ୍ରୀ ପଟ୍ଟନାୟକ କବି ଦୁର୍ଗାପ୍ରସାଦ ମହାପାତ୍ର ଓ ଅନନ୍ତିନୀ ଝୁମ୍ପା ମିଶ୍ରଙ୍କୁ ଅଭିନନ୍ଦନ ଜଣାଇଥିଲେ।

Comments are closed.