ମିଳିଲା ମୁଣ୍ଡବିହୀନ ମୃତ ମହିଳାଙ୍କ ପରିଚୟ

ଭୁବନେଶ୍ୱର: ମିଳିଲା ମୁଣ୍ଡବିହୀନ ମୃତ ମହିଳାଙ୍କ ପରିଚୟ। ଭୁବନେଶ୍ୱର ଉପକଣ୍ଠରୁ ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ମିଳିବାର ଏକ ସପ୍ତାହ ପରେ କମିଶନରେଟ ପୋଲିସକୁ ମିଳିଛି ସଫଳତା। ଜଣାପଡିଛି ମୃତ ମହିଳାଙ୍କ ପରିଚୟ। ଖୁବଶୀଘ୍ର ସମସ୍ତ ତଥ୍ୟ କମିଶନରେଟ୍ ପୋଲିସ ପ୍ରେସମିଟ୍ ଜରିଆରେ ସୂଚନା ଦେବେ ବୋଲି ଜଣାପଡିଛି।
ସୂଚନା ମୁତାବକ, ଗତ ୪ ତାରିଖ ଦିନ ଭୁବନେଶ୍ବର ଅନ୍ଧାରୁଆ-ଦାସପୁର ରାସ୍ତା କଡରୁ ମହିଳାଙ୍କ ମୁଣ୍ଡ ବିହୀନ ମୃତଦେହ ମିଳିଥିଲା। ମହିଳାଙ୍କ ପରିଚୟ ଖୋଜିବାକୁ ସହରର ଚାରିଆଡ଼େ ନିଖୋଜ ସମ୍ପର୍କିତ ପୋଷ୍ଟର ଲଗାଇଥିଲା ପୋଲିସ। ମହିଳାଙ୍କ ସମ୍ପର୍କରେ ସୂଚନାଦାତାଙ୍କୁ ୫୦ ହଜାର ଟଙ୍କା ପୁରସ୍କାର ଦେବାକୁ ଘୋଷଣା କରାଯାଇଥିଲା।
ବସ୍ଷ୍ଟାଣ୍ଡ, ରେଳଷ୍ଟେସନ ସହ ବିଭିନ୍ନ ବସ୍ତିରେ ପାଖାପାଖି ୨୦୦ଟି ପୋଷ୍ଟର ଲଗାଇଥିଲା ପୁଲିସ। ଏଗୁଡ଼ିକ ହିନ୍ଦୀ, ଇଂରାଜୀ ଓ ଓଡ଼ିଆ ଭାଷାରେ ଲୋଖା ହୋଇଥିଲା। ବରମୁଣ୍ଡା ବସ୍ଷ୍ଟାଣ୍ଡରୁ ଝାଡଖଣ୍ଡ ଓ ପଶ୍ଚିମବଙ୍ଗ ଯାଉଥିବା ବସ୍ଗୁଡିକରେ ମଧ୍ୟ ପୋଷ୍ଟର ଲଗାଯାଇଥିଲା।
ସେହିପରି ପୋଲିସ ମହିଳାଙ୍କ ଶବକୁ ୨ଥର ପୋଷ୍ଟମର୍ଟମ ରିପୋର୍ଟ କରିଥିଲା। ତେବେ ପୋଷ୍ଟମର୍ଟମ ରିପୋର୍ଟରୁ ମହିଳା ଜଣଙ୍କ ଗର୍ଭବତୀ ଥିବା ସୂଚନା ମିଳିଛି। ଫିଙ୍ଗର ଫ୍ରିଣ୍ଟ ଯାଞ୍ଚ ପାଇଁ କୋର୍ଟରେ ଆବଦେନ କରିଛି କମିଶନରେଟ୍ ପୋଲିସ। ଆଧାର କାର୍ଡରେ ମହିଳାଙ୍କ ପରିଚୟ ପାଇଁ ପୋଲିସ ଏଭଳି ଯୋଜନା କରିଛି। ମହିଳାଙ୍କ ଡିଏନଏ ଟେଷ୍ଟ ପାଇଁ କିଛି ସାମ୍ପୁଲ ରଖାଯିବ ବୋଲି ପୋଲିସ ସୂଚନା ଦେଇଛି।
Comments are closed.