ଗାତରେ ପଡ଼ି ବର୍ଷକର ଶିଶୁକନ୍ୟା ମୃତ

ସୋର: ଗାତରେ ପଡ଼ି ଜୀବନ ହାରିଲା ବର୍ଷକର ଶିଶୁକନ୍ୟା । ଏହି ଘଟଣାଟି ବାଲେଶ୍ୱର ଜିଲ୍ଲା ସୋର ବ୍ଲକ ଖଇରା ଥାନା ଶାଳଗଡ଼ିଆ ଗାଁରେ ଘଟିଛି। ପ୍ରକାଶ ଯେ, ଆଜି ସକାଳେ ଘର ଦାଣ୍ଡରେ ଖେଳୁଖେଳୁ ଅଧା ଖୋଳା ଯାଇଥିବା ଗାତରେ ପଡ଼ିଗଲା ବର୍ଷକର ଶିଶୁକନ୍ୟା।
ତୁରନ୍ତ ଶିଶୁଟିକୁ ଉଦ୍ଧାର କରି ଡାକ୍ତରଖାନା ନିଆଯାଇଥିବା ବେଳେ ସେଠାରେ ତାଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏହି ଘଟଣା ପ୍ରଚାରିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
Comments are closed.