ଲୁଟ୍ ଉଦ୍ୟମ ପଣ୍ଡ : ୭ ହାଇଓ୍ବେ ଲୁଟେରା ଗିରଫ

ଯାଜପୁର: ଯାଜପୁର ଜିଲ୍ଲା ଡୁବୁରୀ ପଥପ୍ରାନ୍ତ ସୁବିଧା କେନ୍ଦ୍ର ନିକଟରେ ବିଳମ୍ବିତ ରାତିରେ ଲୁଟ୍ ପାଇଁ ଯୋଜନା କରୁଥିବା ଲୁଟେରାଙ୍କ ଯୋଜନା ପଣ୍ଡ କରିଛି ପୁଲିସ। ଲୁଟ ଉଦ୍ୟମ କରୁଥିବାବେଳେ ଲୁଟେରାଙ୍କୁ ଧରିଲା ପୁଲିସ ।
ସେମାନଙ୍କ ନିକଟରୁ ବନ୍ଧୁକ ସହ ମାରଣାନ୍ତ୍ର ଜବତ ହୋଇଛି। ପ୍ରକାଶ ଯେ, ୭ ଜଣ ହାଇୱେ ଲୁଟେରାଙ୍କୁ ଗିରଫ କରିଛି ପୁଲିସ । ଗିରଫ ଲୁଟେରାଙ୍କ ନିକଟରୁ ବନ୍ଧୁକ, ଖଣ୍ଡା ସହ ବିଭିନ୍ନ ମାରଣାସ୍ତ୍ର ଜବତ କରିଛି କଳିଙ୍ଗନଗର ପୁଲିସ । ଏହାସହ ସେମାନଙ୍କ ନିକଟରୁ ୧୦ଟି ମୋବାଇଲ ଫୋନ୍ ଓ ୫ଟି ବାଇକ୍ ମଧ୍ୟ ଜବତ ହୋଇଛି। ଏମାନଙ୍କ ନାଁରେ ଅନେକ ଥାନାରେ ଅଭିଯୋଗ ରହିଛି ।
Comments are closed.