Odisha Link
Bridging the Missing Links in Odisha

ଟ୍ୱିନସିଟିରେ ଘନ କୁହୁଡ଼ି

ଭୁବନେଶ୍ବର: ଆଜି ସକାଳୁ ସକାଳୁ ରାଜ୍ୟରେ ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି ଦେଖା ଦେଇଛି। କୁହୁଡ଼ିର ମାତ୍ରା ଏତେ ରହିଛି ଯେ ୫୦ ମିଟର ଦ୍ୱରରୁ ଦେଖାଯାଉନି ରାସ୍ତା ଘାଟ। ଫଳରେ ଗାଡ଼ି ଚଳାଚଳରେ ବାଧା ସୃଷ୍ଟି ହୋଇଛି। କଟକ, ଭୁବନେଶ୍ୱରରେ ମଧ୍ୟ କୁହୁଡ଼ି ପାଇଁ ଯାତାୟତରେ ଅସୁବିଧା ଦେଖାଦେଇଛି।

କିଛି ଦିନ ହେବ କୁହୁଡ଼ିର ପ୍ରଭାବ ଦେଖା ଯାଉନଥିବା ବେଳେ ପୁଣି ଥରେ ଆଜି ଦେଖାଦେଇଛି ଘନ କୁହୁଡ଼ି। ଏହା ସହିତ ଆଜି ଅନୁଗୁଳ, ଢେଙ୍କାନାଳ, ବୌଦ୍ଧ, କନ୍ଧମାଳ, ନୟାଗଡ଼, ଖୋର୍ଧା, କଟକ, ଜଗତସିଂହପୁର, ‌କେନ୍ଦ୍ରାପଡ଼ା, ଯାଜପୁର ଓ ଭଦ୍ରକ ଆଦି ଅଞ୍ଚଳରେ ଘନକୁହୁଡ଼ି ଦେଖିବାକୁ ମିଳିବ।

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜିଲ୍ଲାଗୁଡ଼ିକ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ସେହିଭଳି କନ୍ଧମାଳ, ବୌଦ୍ଧ, ନୟାଗଡ଼, ଖୋ‌ର୍ଧା, କଟକ, ଅନୁଗୁଳ, ଢେଙ୍କାନାଳ ଓ ଜଗତସିଂହପୁର ଆଦି ଜିଲ୍ଲାରେ ଘନ କୁହୁଡ଼ିକୁ ନେଇ ୟେ‌ଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

Comments are closed.