ଦେଶରେ ୨୪ ଘଣ୍ଟାରେ ୧୦୩ ମୃତ

ନୂଆଦିଲ୍ଲୀ: ଦେଶରେ କରୋଣା ଆକ୍ରାନ୍ତଙ୍କ ସଂଖ୍ୟା କମିବା ସହ ମୃତ୍ୟୁ ହାର ମଧ୍ୟ କମୁଛି। ଦେଶରେ ୧ ଲକ୍ଷ ୫୫ ହଜାର ୫୫୦ ମୃତକଙ୍କ ସଂଖ୍ୟା ପାର ହୋଇଥିବା ବେଳେ ୨୪ ଘଣ୍ଟାରେ ଚିକିତ୍ସାଧୀନ ଅବସ୍ଥାରେ ୧୦୩ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।
ଦିନକରେ ୧୨ ହଜାର ୧୪୩ ନୂଆ ପିଜିଟିଭ ଚିହ୍ନଟ ହୋଇଛନ୍ତି । ମୋଟ ପଜିଟିଭଙ୍କ ସଂଖ୍ୟା ୧,୦୮,୯୨,୭୪୬ କୁ ବୃଦ୍ଧି ପାଇଛି । ସେହିପରି ୧,୩୬,୫୭୧ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଥିବା ବେଳେ ୧,୦୬,୦୦,୬୨୫ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ମିଳିଛି ।
Comments are closed.