Odisha Link
Bridging the Missing Links in Odisha

ଆଜି ହେଉଛି ଶ୍ରୀଜିଉଙ୍କ ପଦ୍ମବେଶ

ପୁରୀ: ଆଜି ହେଉଛି ଶ୍ରୀଜିଉଙ୍କ ‘ପଦ୍ମବେଶ’। ଏଥିପାଇଁ ପ୍ରସ୍ତୁତି ପର୍ବ ଆରମ୍ଭ ହୋଇଯାଇଛି। ଆଜି ବଡ଼ଛତା ମଠ ପକ୍ଷରୁ ପଦ୍ମବେଶ ଶ୍ରୀମନ୍ଦିରକୁ ବିଜେ କରାଯିବ। ପରମ୍ପରା ଅନୁଯାୟୀ ବଡସଂହାର ବେଶରେ ମହାପ୍ରଭୁଙ୍କ ବେଶ ଲାଗି ନୀତି ଆରମ୍ଭ ହେବ। ସନ୍ଧ୍ୟା ଆଳତି ପରେ ଘଣ୍ଟି, ଦୁହୁଡି ସହ ମଠ ସାଧୁସନ୍ଥ ବେଶ ନେଇ ଯିବେ ।

ବଡ ସିଂହାର ବେଶ ସମୟରେ ସିଂଘାରୀ ସେବକ ଏହି ବେଶ ଲାଗି କରିବେ ।ପଦ୍ମବେଶରେ ମହାପ୍ରଭୁଙ୍କଠାରେ ଏକପଣ (୮୦ଟି) ପଦ୍ମଫୁଲ, ଏକପଣ ଡାଳି, ତିନୋଟି ଶ୍ରୀମୁଖ ପଦ୍ମ, ୭ଟି ସିଂହାସନ ସହ ଗଛ, ୪ଟି ଶ୍ରୀମୁଖ ପଦ୍ମ କଢ଼, ୨୦ଟି କଦମ୍ବ ଫୁଲରେ ସୁସଜ୍ଜିତ କରପଲ୍ଲବ ମାଳ, ୪ଟି ମଗର କୁଣ୍ଡଳ, ୨ଟି ତିଳକ, ୪ଟି ହଂସ ଲାଗି ହେବ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କଠାରେ ତିନିଟି, ବଳଭଦ୍ରଙ୍କଠାରେ ତିନିଟି ଓ ମା’ ସୁଭଦ୍ରାଙ୍କଠାରେ ଗୋଟିଏ ଗଛ ଲାଗି ହେବ। ଏଥିସହ ମହାପ୍ରଭୁଙ୍କ ସ୍ବତନ୍ତ୍ର ଚାଉଳରେ ପ୍ରସ୍ତୁତ ଅମାଲୁ, କ୍ଷୀରି ଆଦି ଲାଗି ହେବ।

Comments are closed.