କଟାମୁଣ୍ଡ ମାମଲା: ସିନ ରିକ୍ରିଏସନ
ଭୁବନେଶ୍ବର: ବହୁ ଚର୍ଚ୍ଚିତ ରାଜଧାନୀରେ ବିଭତ୍ସ କଟାମୁଣ୍ଡ ମାମଲାର ସିନ ରିକ୍ରିଏସନ କରାଯାଇଛି। ୨ ଅଭିଯୁକ୍ତଙ୍କୁ ଧରି ଫୁଲେଶ୍ୱରୀ ବସ୍ତିକୁ ନେଇଛି ପୁଲିସ। ପୁଷ୍ପଲତାଙ୍କୁ ସଂଜୟ ହତ୍ୟା କରିଥିଲା ସେ ନେଇ ଡୋମୋ କରିକି ଦେଖାଉଛି। ଦୁଇ ଅଭିଯୁକ୍ତ ସଂଜୟ ଓ ଚନ୍ଦୁକୁ ପୁଲିସ ଫୁଲେଶ୍ୱରୀ ବସ୍ତିକୁ ନେଇଛି।
ବିବାହ ବିବାଦରୁ ପୁଷ୍ପଲତାକୁ ହତ୍ୟା କରିଥିଲା ସଂଜୟ। ତଣ୍ଟି ଚିପ ହତ୍ୟା ପରେ ପ୍ରମାଣ ନଷ୍ଟ କରିବାକୁ ମୁଣ୍ଡଠୁ ଶରୀରରୁ ଅଲଗା କରିବା ପରେ ରାସ୍ତାକଡ଼ରେ ଫୋପାଡି ଦେଇଥିଲେ। ପୁଲିସ ମହିଳାଙ୍କୁ ମୁଣ୍ଡବିହୀନ ଶରୀର ଅନ୍ଧାରୁଆ-ଦାସୁପୁର ରାସ୍ତାରୁ ପାଇବା ପରେ ମହିଳାଙ୍କୁ ଚିହ୍ନଟ ପାଇଁ ଛାନଭିନ ଆରମ୍ଭ କରିଥିଲା।
ମହିଳାଙ୍କ ପୋଷାକ ଆଧାରରେ ପୋଷ୍ଟର ବନାଇ ବିଭିନ୍ନ ସ୍ଥାନରେ ଲଗାଯାଇଥିଲା। ପୁଷ୍ପଲତାଙ୍କ ମାଆ ଝିଅକୁ ଚିହ୍ନଟ କରିବା ପରେ ପୁଲିସକୁ ସୂଚନା ଦେଇଥିଲେ।
Comments are closed.