ପୁଲିସ-ମାଓ ଗୁଳି ବିନମୟରେ ଦୁଇ ନକ୍ସଲ ନିହତ
ମାଲକାନଗିରି : ପୁଲିସ-ମାଓବାଦୀ ମଧ୍ୟରେ ଗୁଳି ବିନମୟରେ ଦୁଇ ନକ୍ସଲ ନିହତ ହୋଇଛନ୍ତି । ପ୍ରକାଶ ଯେ, ମଧ୍ୟପ୍ରଦେଶ ମଣ୍ଡଳା ଜିଲ୍ଲା ମୋତିନାଲା ଥାନା ଅନ୍ତର୍ଗତ ଏକ ଜଙ୍ଗଲରେ ହକ୍ ଫୋର୍ସ ଓ ମାଓବାଦୀ ମଧ୍ୟରେ ଗୁଳିବିନିମୟ ହୋଇଛି ।
ଶୁକ୍ରବାର ରାତିରେ ଏଭଳି ଘଟିଛି । ଗୁଳିବିନିମୟ ଫଳରେ ଜଣେ ମହିଳା ମାଓବାଦୀଙ୍କ ସହ ଜଣେ ପୁରୁଷ ନକ୍ସଲଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଘଟଣାସ୍ଥଳରୁ ୩ଟି ବନ୍ଧୁକ, ୱାକିଟକି ଏବଂ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛନ୍ତି ଯବାନ । ଉଭୟଙ୍କୁ ନାଁରେ ୧୪ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା ଥିଲା ।
Comments are closed.