ଆଇଏମ୍ଏସ୍ ଆଣ୍ଡ ସମ୍ର ନୂତନ ଡାକ୍ତରୀ ଛାତ୍ରଛାତ୍ରୀଙ୍କୁ ଯୋଗ ଶିକ୍ଷା ପ୍ରଦାନ
![](https://www.odishalink.com/wp-content/uploads/2021/02/soa.jpg)
ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ରେ ଚଳିତ ବର୍ଷ ନୂତନକରି ଯୋଗ ଦେଇଥିବା ଡାକ୍ତରୀ ଛାତ୍ରଛାତ୍ରୀମାନଙ୍କୁ ଯୋଗ ଶିକ୍ଷା ପ୍ରଦାନ କରାଯାଇଛି।
ଡକ୍ଟର୍ସ ଓରିଏଂଟେସନ୍ ପ୍ରୋଗ୍ରାମ୍ -୨୦୨୧ ଅବସରରେ ଗତ ଫେବୃଆରୀ ୩ ତାରିଖରୁ ୧୦ ତାରିଖ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ ମେଡିକାଲ୍ କଲେଜ୍ ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ଆଇଏମ୍ଏସ୍ ଡିନ୍ ପ୍ରଫେସର ଗଙ୍ଗାଧର ସାହୁ ଉଦ୍ଘାଟନ କରିଥିଲେ।
ଆଜି ପ୍ରତ୍ୟହ ଅପରାହ୍ନ ୩ ଟାରୁ ୫ଟା ପର୍ଯ୍ୟନ୍ତ ନୂତନ ଭାବେ ଯୋଗ ଦେଇ ଥିବା ୨୫୦ ଜଣ ଡାକ୍ତରୀ ଛାତ୍ରଛାତ୍ରୀଙ୍କୁ ସୂର୍ଯ୍ୟ ନମସ୍କାର, ଆସନ ଓ ପ୍ରାଣାୟାମ ଯୋଗ ଅଭ୍ୟାସ କରାଇବା ସହ ଓଁକାର ଧ୍ୱନି ମନ ଓ ଶରୀର ଉପରେ କିଭଳି ପ୍ରଭାବ ପକାଇଥାଏ ସେ ନେଇ ଶିକ୍ଷା ପ୍ରଦାନ କରିଥିଲେ ସୋଆର ଯୋଗ ଶିକ୍ଷକ ଶ୍ରୀ ଅଖିଳଚନ୍ଦ୍ର ରଣା । ତାଙ୍କର ଏହି କାର୍ଯ୍ୟକ୍ରମରେ ଶ୍ରୀ ମନୋଜ ସିଂ ସହଯୋଗ କରିଥିଲେ।
Comments are closed.