ଫେବୃଆରୀ ୧୫ ମଧ୍ୟରାତ୍ରରୁ ଫାଶଟ୍ୟାଗ୍ ବାଧ୍ୟତାମଳୂକ

ନୂଆଦିଲ୍ଲୀ: ଆସନ୍ତା ଫେବୃଆରୀ ୧୫ ତାରିଖ ମଧ୍ୟରାତ୍ରରୁ ଫାଶଟ୍ୟାଗ୍ ବାଧ୍ୟତାମଳୂକ। ସମସ୍ତ ଟୋଲ ଗେଟ୍ରେ ଫାଶଟ୍ୟାଗ୍ ବାଧ୍ୟତାମଳୂକ କରାଯାଇଛି। ଫାଶଟ୍ୟାଗ୍ ନଥିଲେ ଟୋଲ୍ ରେଟ୍ରେ ଆଦାୟ ହେବ ୨ ଗୁଣା ଟୋଲ୍ ରେଟ୍। ପୂର୍ବରୁ ଜାନୁଆରୀ ୧ରୁ ଫାଶଟ୍ୟାଗ୍ ବାଧ୍ୟତାମଳୂକ କରିଥିଲା NHAI। ପରେ ଏହି ଡେଡ୍ଲାଇନକୁ ଦେଢ଼ମାସ ଯାଏଁ ବୃଦ୍ଧି କରାଯାଇଥିଲା। ଯଦି ଆପଣ ଏପର୍ଯ୍ୟନ୍ତ ଚାରି ଚକିଆ ଗାଡ଼ିରେ ଫାସଟ୍ୟାଗ ଲଗାଇନାହାନ୍ତି, ତେବେ ଶୀଘ୍ର କରିନିଅନ୍ତୁ।
ଏନେଇ କେନ୍ଦ୍ର ପରିବହନ ମନ୍ତ୍ରୀ ନିତିନ ଗଡ଼କରୀ କହିଛନ୍ତି ଯେ, ସରକାର ପୂର୍ବରୁ ଫାସଟ୍ୟାଗ ପଞ୍ଜୀକରଣର ତାରିଖ ସୀମାକୁ ଦୁଇ-ତିନି ଥର ବୃଦ୍ଧି କରିଛନ୍ତି। କିନ୍ତୁ ବର୍ତ୍ତମାନ ଏହାର ଅବଧିକୁ ଆଗକୁ ବୃଦ୍ଧି କରାଯିବ ନାହିଁ। ବର୍ତ୍ତମାନ, ସମସ୍ତେ ତୁରନ୍ତ ଫାସଟ୍ୟାଗ କିଣିନେବା ଉଚିତ୍। ଘରେ ବସି ମଧ୍ୟ ଆମେ ଆମାଜନ, ପେଟିଏମ୍ ଭଳି ଇ-କମର୍ସ ୱେବସାଇଟରେ ଯେ କୌଣସି ବ୍ୟାଙ୍କ୍ ବା ଇ-କମର୍ସ କମ୍ପାନିର ଫାସଟ୍ୟାଗ ମଗାଇପାରିବେ।
ଯଦି ଆପଣ ଇ-ଟ୍ରାନଜାକସନ ବିଷୟରେ କିଛି ଜାଣିନାହାନ୍ତି ତେବେ ଯେକୌଣସି ଟୋଲଗେଟ ନିକଟକୁ ଯାଇ ଅଧିକାଂଶ କମ୍ପାନିର କିଓସ୍କ ପାଇବେ, ଯେଉଁଠି ୨୫୦ ଟଙ୍କା ବା ୫୦୦ ଟଙ୍କା ଦେଇ ଆପଣ ଏୟାରଟେଲ, ପେଟିଏମ୍ କିମ୍ବା ଯେକୌଣସି ବ୍ୟାଙ୍କର ଫାସଟ୍ୟାଗ ପାଇଯିବେ। ଏଥିପାଇଁ ଅବଶ୍ୟ ଆପଣଙ୍କୁ ସେଠାକୁ ଗାଡ଼ିର ସ୍ମାର୍ଟ କାର୍ଡ ଓ ନିଜର ଆଧାର କାର୍ଡ ନେବାକୁ ହେବ। ଏହା ପରେ ମାତ୍ର ୧୦/୧୫ ମିନିଟରେ ଆପଣଙ୍କୁ ମିଳିଯିବ ଫାସଟ୍ୟାଗ।
Comments are closed.