ନ୍ୟୁଜିଲାଣ୍ଡର ବଡ଼ ସହରରେ ୩ ଦିନିଆ ଲକ୍ଡାଉନ୍ ଘୋଷଣା କଲେ ସରକାର

ନୂଆଦିଲ୍ଲୀ: ମହାମାରୀ କରୋନା ସଂକ୍ରମଣର ତାଣ୍ଡବ ପରେ ଏବେ ସାରା ବିଶ୍ବ ଅଣ୍ଟାସଳଖ କରିବାରେ ଲାଗିଛି। ଏହାରି ମଧ୍ୟରେ ବିଶ୍ବର କିଛି ଦେଶରେ ଏବେବି କରୋନାର ନୂଆ ଷ୍ଟ୍ରେନ୍ ସଂକ୍ରମଣ ବଢ଼ିବାରେ ଲାଗିଛି। ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ, ନ୍ୟୁଜିଲାଣ୍ଡର ଅକଲାଣ୍ଡ ସହରରେ କରୋନା ସଂକ୍ରମଣ ମାମଲା ବଢ଼ିବାରେ ଲାଗିଛି। ଯାହାକୁ ନଜରରେ ରଖି ସ୍ଥାନୀୟ ସରକାର ଲାଗୁ କରିଛନ୍ତି ଲକ୍ଡାଉନ୍ କଟକଣା।
ନ୍ୟୁଜିଲାଣ୍ଡ ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତିରେ ପ୍ରକାଶ ପାଇଛି ଯେ, ରବିବାର ରାତିରୁ ଲକ୍ଡାଉନ୍ ଲାଗୁ କରାଯାଇଛି। ନ୍ୟୁଜିଲାଣ୍ଡର ପ୍ରଧାନମନ୍ତ୍ରୀ ଅର୍ଡନ୍ କ୍ୟାବିନେଟରେ ବରିଷ୍ଠ ପଦାଧିକାରୀଙ୍କ ସହ ଆଲୋଚନା କରିବା ପରେ ଲକ୍ଡାଉନ୍ ନିଷ୍ପତ୍ତି ନେେଇଛନ୍ତି। ଅକଲାଣ୍ଡ ସହର ଆଉ ତା ନିକଟବର୍ତ୍ତୀ ଅଞ୍ଚଳରେ ଲକ୍ଡାଉନ୍ ଘୋଷଣା କରିଛନ୍ତି ସରକାର।
ଜାତୀୟ ଗଣମାଧ୍ୟମ ରିପୋର୍ଟ ମୁତାବିକ ଅକଲାଣ୍ଡର ଏକ ପରିବାର ତିନି ଜଣ ସଦସ୍ୟ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଯାହାଙ୍କ ପରିଚୟ ଏବେ ସୁଦ୍ଧା ମିଳିପାରି ନାହିଁ। ଏହାପରେ ଏତିହାତନ ସହରରେ ଲକ୍ଡାଉନ୍ ଲାଗୁ ହୋଇଥିବା ସୂଚନା ରହିଛି।
Comments are closed.