ଆଜିଠାରୁ ବୟସ୍କମାନଙ୍କ ପାଇଁ ମାଗଣା ବସ୍ ଟିକେଟ୍ ବ୍ୟବସ୍ଥା ଲାଗୁ କଲା ଏମ୍ଟିସି

ଚେନ୍ନାଇ: ପୁଣି ଥରେ ବୟସ୍କ ଲୋକମାନଙ୍କ ପାଇଁ ବସ୍ରେ ମାଗଣା ଟିକେଟ୍ ବ୍ୟବସ୍ଥା ଲାଗୁ କରିଛି ଏମ୍ଟିସି । ପ୍ରାୟ ୧୩ ମାସ ପରେ ମେଟ୍ରୋପଲିଟାନ୍ ଟ୍ରାନ୍ସପୋର୍ଟ କର୍ପୋରେସନ୍ଏହା ଲାଗୁକରିଛି । ଏହି ବ୍ୟବସ୍ଥା ୨୦୧୬ ମସିହା ଫେବ୍ରୁଆରି ମାସରେ ଆରମ୍ଭ ହୋଇଥିଲା। ଏହି ଯୋଜନା ଅନୁସାରେ ୬୦ ବର୍ଷରୁ ଊର୍ଧ୍ବ ବୟସ୍କମାନେ ଏମ୍ଟିସି ବସ୍ରେ ମାସକୁ ୧୦ ଥର ମାଗଣାରେ ଯାତ୍ରା କରିପାରିବେ।
ଏମ୍ଟିସି ସୂଚନା ଅନୁସାରେ, ୨୦୨୦ ମସିହା ଜାନୁଆରି ମାସ ସୁଦ୍ଧା ପ୍ରାୟ ୩.୫୧ ଲକ୍ଷ ବରିଷ୍ଠ ନାଗରିକ ଏହି ଯୋଜନାରେ ଉପକୃତ ହୋଇଥିଲେ। ବୟସ୍କମାନେ ଏକ ଦରଖାସ୍ତ ସହ ସେମାନଙ୍କ ବୟସ ପ୍ରମାଣ ପତ୍ର ଦେଇ ମାସକୁ ୧୦ଟି ମାଗଣା ଟିକେଟ୍ ପାଇବାର ସୁବିଧା ରହିଛି। ମାତ୍ର କରୋନା ପାଇଁ ଲାଗୁ ହୋଇଥିବା ଲକ୍ଡାଉନ୍ କାଳରୁ ଏହି ସୁବିଧା ମିଳିପାରୁନଥିଲା।
ପ୍ରଥମେ ଫେବ୍ରୁଆରିରୁ ଜୁଲାଇ ୬ ମାସ ମଧ୍ୟରେ ଏହି ଟିକେଟ୍ ପ୍ରଦାନ କରାଯାଏ। ତା’ପରେ ବୟସ୍କ ଯାତ୍ରୀମାନେ ପୁଣି ଥରେ ସେମାନଙ୍କ ଟିକେଟ୍କୁ ନବୀକରଣ କରିଥାନ୍ତି।ହିତାଧିକାରୀମାନେ ସହରର୨୧ଟି ଡିପୋ ମଧ୍ୟରୁ ଯେକୌଣସି ସ୍ଥାନରେ ସେମାନଙ୍କର ବୟସ ଏବଂ ଠିକଣା ପ୍ରମାଣ ସହିତ ଆବେଦନ ଦାଖଲ କରିପାରିବେ। ଦେଶରେ କରୋନା ସଂକ୍ରମଣ ସଂଖ୍ୟା ଧୀରେ ଧୀରେ କମ୍ ହେବାରୁ ଏମ୍ଟିସି ପୁଣି ଥରେ ବୟସ୍କମାନଙ୍କ ପାଇଁ ଏହି ସୁବିଧା ଯୋଗାଇ ଦେଇଛି।
Comments are closed.