ବନ୍ଦ ବେଳେ କଂଗ୍ରେସ କର୍ମୀ-ପୋଲିସ ମୁହାଁମୁହିଁ

ଭୁବନେଶ୍ୱର: ଆଜି କଂଗ୍ରେସ ପକ୍ଷରୁ ୬ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା ଦିଆଯାଇଥିଲା। ଅହେତୁକ ତୈଳଦର ବୃଦ୍ଧି ନେଇ ଏହି ବନ୍ଦ ଡାକରା ଦିଆଯାଇଥିଲା। କଂଗ୍ରେସର ବନ୍ଦ ପାଳନ ବେଳେ ଭୁବନେଶ୍ୱରରେ ବିକ୍ଷୋଭ ଦେଖିବାକୁ ମିଳିଛି। ବିଧାନସଭା ଆଡକୁ ମୁହାଁଇଲା ବେଳେ ପୋଲିସ-କଂଗ୍ରେସ କର୍ମୀ ମୁହାଁମୁହିଁ ହୋଇଛନ୍ତି। ଭୁବନେଶ୍ୱରର ପିଏମଜିରେ ପୋଲିସ ସହ ଧସ୍ତାଧସ୍ତିହୋଇଛନ୍ତି କଂଗ୍ରେସ କର୍ମୀ। ଫଳରେ ଶତାଧିକ କଂଗ୍ରେସ କର୍ମୀଙ୍କୁ ପୋଲିସ ଉଠାଇ ନେଇଛି।
ଆଜି ବନ୍ଦ ପାଳନ ଅବସରରେ ରାଜଧାନୀର ବିଭିନ୍ନ ସ୍ଥାନରେ କଂଗ୍ରେସ କର୍ମୀମାନେ ପିକେଟିଂ ସହ ରାସ୍ତାରୋକ କରିଥିଲେ।ଫଳରେ ରାଜଧାନୀର ଜାତୀୟ ରାଜପଥରେ ଶହ ଶହ ଗାଡ଼ି ଅଟକି ରହିଥିଲା। ବରମୁଣ୍ଡା ବସଷ୍ଟାଣ୍ଡରେ ବସ୍ ନଥିବାରୁ ଯାତ୍ରୀମାନେ ଯାତାୟତ କରିବାର ଅସୁବିଧା ସମ୍ମୁଖୀନ ହୋଇଛନ୍ତି।
ବନ୍ଦ ସମୟରେ ବିବାହ ଗାଡ଼ି, ଔଷଧ ସେବା, ଆମ୍ବୁଲାନ୍ସକୁ ଜରୁରୀ ସେବାକୁ ବନ୍ଦରୁ ବାଦ୍ ଦିଆଯାଇଥିଲା। ବନ୍ଦ ପାଳନକୁ ଦୃଷ୍ଟିରେ ରଖି ସୁରକ୍ଷା ଦୃଷ୍ଟିରୁ ସ୍କୁଲ, କଲେଜ ବନ୍ଦ ଘୋଷଣା କରାଯାଇଛି। ଏଥିସହ ଆଜି ‘ମୋ ବସ୍’ ସେବା ସକାଳ ୭ଟାରୁ ଦିନ ୧ଟା ପର୍ଯ୍ୟନ୍ତ ମଧ୍ୟ ବନ୍ଦ କରାଯାଇଥିଲା।
Comments are closed.