Odisha Link
Bridging the Missing Links in Odisha

ସୁନ୍ଦରଗଡ଼ବାସୀଙ୍କୁ ୪୯୧୫ କୋଟି ଟଙ୍କାର ଭେଟି

ରାଉରକେଲା: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୁନ୍ଦରଗଡ଼ବାସୀଙ୍କୁ ୪୯୧୫ କୋଟି ଟଙ୍କାର ଭେଟି। ଏହାସହ ମୁଖ୍ୟମନ୍ତ୍ରୀ ୮୩୪ କୋଟି ୨୩ ଲକ୍ଷ ଟଙ୍କାର ପ୍ରକଳ୍ପର ଲୋକାର୍ପଣ କରିଛନ୍ତି। ସେହିପରି ୩,୯୫୮ କୋଟି ୭୬ ଲକ୍ଷ ଟଙ୍କାର ପ୍ରକଳ୍ପ ପାଇଁ ଶିଳାନ୍ୟାସ କରିଛନ୍ତି। ସୁନ୍ଦରଗଡରେ କ୍ରୀଡାର ବିକାଶ ପାଇଁ ୧୨୦ କୋଟିର ପ୍ରକଳ୍ପ ରହିଛି। ଏହା ସହ ରାଉରକେଲାରେ ଦେଶର ସର୍ବବୃହତ ହକି ଷ୍ଟାଡିୟମ ପାଇଁ ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ। ଷ୍ଟାଡିଅମରେ ୨୦୨୩ ବିଶ୍ୱକପ୍ ହକି ମ୍ୟାଚ୍ ଖେଳାଯିବ।

ସୁନ୍ଦରଗଡରେ ୧୭ଟି ବ୍ଲକରେ ଗୋଟିଏ ଲେଖାଏଁ ଆଷ୍ଟ୍ରୋଟର୍ଫ ହେବ। ୧୬୧୧ କୋଟି ଟଙ୍କା ବ୍ୟୟରେ ବିଭିନ୍ନ ପାନୀୟ ଜଳ ପ୍ରକଳ୍ପ ହେବ। ୩୫୧ କୋଟି ଟଙ୍କା ବ୍ୟୟରେ ୧୧ଟି ବୃହତ ଉଠାଜଳସେଚନ ପ୍ରକଳ୍ପ ହେବ। ଜିଲ୍ଲାର ୧୦ଟି କସ୍ତୁରବା ଗାନ୍ଧି ଆବସିକ ବାଳିକା ବିଦ୍ୟାଳୟ ହେବ। ଓଡିଶା ଆଦର୍ଶ ବିଦ୍ୟାଳୟର ୩୩ଟି ଛାତ୍ରଛରାତ୍ରୀ ନିବାସର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

୧୧୧କୋଟି ଟଙ୍କାର ସ୍ୱାସ୍ଥ୍ୟ ପ୍ରକଳ୍ପ ଓ ରାସ୍ତାର ବିକାଶ ପାଇଁ ୧୦୬୦ କୋଟି ଟଙ୍କା ଖର୍ଚ୍ଚ ହେବ। ସେହିପରି ପରିମଳ ପାଇଁ ୨୫୦ କୋଟି, ବିଦ୍ୟୁତ ଯୋଗାଣ ପାଇଁ ୩୮ କୋଟି ଟଙ୍କା ଖର୍ଚ୍ଚ ହେବ। ସ୍କାର୍ଟ ସିଟି ରାଉରକେଲା ପାଇଁ ୪୭୧ କୋଟି ଟଙ୍କାର ପ୍ରକଳ୍ପ ରହିଛି। ଜୀବିକା ବିକାଶ ପାଇଁ ୨୧୬ କୋଟି ଟଙ୍କାର ପ୍ରକଳ୍ପ ପାଇଁ ଶିଳାନ୍ୟାସ କରିଛନ୍ତିି ମୁଖ୍ୟମନ୍ତ୍ରୀ ।

Comments are closed.