ପୁଡୁଚେରୀରେ ରାଜନୈତିକ ସଙ୍କଟ: ଉପରାଜ୍ୟପାଳ ପଦରୁ ହଟିଲେ କିରଣ ବେଦୀ

ନୂଆଦିଲ୍ଲୀ: ପୁଡୁଚେରୀ ଉପ ରାଜ୍ୟପାଳ ପଦରୁ ହଟିଲେ ଡ.କିରଣ ବେଦୀ। ତାଙ୍କ ସ୍ଥାନରେ ତେଲେଙ୍ଗାନା ରାଜ୍ୟାପଳ ଡ.ତାମିଲିସାଇ ସୁନ୍ଦରରାଜନଙ୍କୁ ପୁଡୁଚେରୀର ଅତିରିକ୍ତ ଦାୟିତ୍ବ ଦିଆଯାଇଛି। ଏନେଇ ମଙ୍ଗଳବାର ରାତିରେ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତିରେ ପ୍ରକାଶ ପାଇଛି। ସୂଚନାଥାଉକି, ପୁଡୁଚେରୀରେ ରାଜନୈତିକ ସଙ୍କଟ ଚାଲିଥିବା ବେଳେ କିରଣ ବେଦୀଙ୍କୁ ଉପରାଜ୍ୟପାଳ ପଦରୁ ହଟାଇ ଦିଆଯାଇଛି।
Dr. Kiran Bedi removed as the Lieutenant Governor of Puducherry
Dr. Tamilisai Soundararajan, Governor of Telangana, given additional charge as Lieutenant Governor of Puducherry pic.twitter.com/pSOoIgcCJK
— ANI (@ANI) February 16, 2021
୨୦୧୬ ମସିହା ମେ ୨୯ ତାରିଖରେ ପୁଡୁଚେରୀର ଉପରାଜ୍ୟପାଳ ଭାବେ ଦାୟିତ୍ବ ଗ୍ରହଣ କରିଥିଲେ କରିଣ ବେଦୀ। ସୂଚନାଥାଉକି, ପୁଡୁଚେରୀରେ କଂଗ୍ରେସ ସରକାର ଆସିବା ପରେ ମୁଖ୍ୟମନ୍ତ୍ରୀ ଭି.ନାରାୟଣସ୍ବାମୀଙ୍କ ସହ ତାଙ୍କ ଅନେକ ସମୟରେ ମତଭେଦ ଦେଖିବାକୁ ମିଳିଥିଲା। ଏଥିସହିତ ତାଙ୍କୁ ହଟାଇବା ଲାଗି ଭି. ନାରାୟଣସ୍ବାମୀ ବାରମ୍ବାର ଦାବି କରିଆସୁଥିଲେ।
ପୁଡୁଚେରୀରେ ଏକାଧିକ କଂଗ୍ରେସ ବିଧାୟକ ଦଳ ଛାଡ଼ିବାରୁ କ୍ଷମତାସୀନ ନାରାୟଣସାମୀ ସରକାର ସଂଖ୍ୟାଲଘୁରେ ପରିଣତ ହୋଇଛି। ଯାହାଫଳରେ ପୁଡୁଚେରୀରେ ଖୁବଶୀଘ୍ର ବିଧାନସଭା ନିର୍ବାଚନ ହେବ। ହେଲେ ଏହାପୂର୍ବରୁ କରିଣ ବେଦୀଙ୍କୁ ଉପରାଜ୍ୟପାଳ ପଦରୁ ହଟା ଯିବା ପରେ ରାଜନୀତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି।
Comments are closed.