ସ୍ବାଧୀନତା ସଂଗ୍ରାମୀ କେଦାରନାଥ ଜେନାଙ୍କ ପରଲୋକ
ଭୁବନେଶ୍ବର : ସ୍ବାଧୀନତା ସଂଗ୍ରାମୀ କେଦାରନାଥ ଜେନାଙ୍କର ପରଲୋକ। ଗତ କାଲି ୧୧ଟା ୧୫ମିନିଟରେ ପରଲୋକ ହୋଇଯାଇଛି। ମୃତ୍ୟୁବେଳକୁ ତାଙ୍କୁ ୯୨ ବର୍ଷ ବୟସ ହୋଇଥିଲା । କେଦାରନାଥଙ୍କ ଘର ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ରେତଙ୍ଗ ନିକଟ ବ୍ରହ୍ମକୁଣ୍ଡଳ ଗାଁରେ।
ଦେଶ ସ୍ବାଧୀନତା ପାଇବା ପୂର୍ବରୁ ସେ ଇଂରେଜମାନଙ୍କୁ ବିରୋଧ କରି ବିଦେଶୀ ଦ୍ରବ୍ୟ ବର୍ଜନ କରିଥିଲେ । ୧୯୪୭ ଅଗଷ୍ଟ ୧୫ ତାରିଖରେ ସ୍ବାଧୀନତା ଉତ୍ସବରେ ଯୋଗଦେଇ ଦେଶବନ୍ଦନା କରିଥିଲେ । ଡେଲାଙ୍ଗ ଗାନ୍ଧୀସଭାରେ ଯୋଗଦେଇ ମହାତ୍ମା ଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇଥିଲେ।
ମୁଖ୍ୟମନ୍ତ୍ରୀ ଡ. ହରେକୃଷ୍ଣ ମହତାବ ଓ ରାଜନେତା ଦୀନବନ୍ଧୁ ବୈରିଶଲଙ୍କ ସହ ତାଙ୍କର ଘନିଷ୍ଠ ସଂପର୍କ ଥିଲା। ପୁରୀ ସ୍ବର୍ଗଦ୍ବାରରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି । ବଡ଼ପୁଅ ବିଚ୍ଛନ୍ଦ ଚରଣ ଜେନା ମୁଖାଗ୍ନି ଦେଇଥିଲେ । ତାଙ୍କର ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।
Comments are closed.