ସ୍ତ୍ରୀକୁ କାଠ ଫାଳିଆରେ ପିଟି ହତ୍ୟା କଲା ମଦ୍ୟପ ସ୍ବାମୀ
![](https://www.odishalink.com/wp-content/uploads/2019/11/son-killed-mother.jpg)
ମୋରଡା: ସ୍ତ୍ରୀକୁ କାଠ ଫାଳିଆରେ ପିଟି ପିଟି ହତ୍ୟା କଲା ମଦ୍ୟପ ସ୍ବାମୀ । ଏଭଳି ଅଭାବନୀୟ ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ମୋରଡା ଥାନା ଅନ୍ତର୍ଗତ ଗଡିଗାଁ ହାଣ୍ଡିଭଙ୍ଗା ଗ୍ରାମରେ ଘଟିଛି। ମୃତକ ହେଲେ ବୁଦୁଲୁ କଟୁଆଳ।
ପ୍ରକାଶ ଯେ, ସୋମବାର ଦିନ କୌଣସି କାରଣ ବଶତଃ ସ୍ବାମୀ ଓ ସ୍ତ୍ରୀଙ୍କ ମଧ୍ୟରେ କିଛି କଥାକୁ ନେଇକି ବଚସା ହୋଇଥିଲା। ଝଗଡା ହେବା ପରେ ସ୍ବାମୀ ମଦ୍ୟପାନ କରି ସ୍ତ୍ରୀକୁ ଠେଙ୍ଗାରେ ପିଟି ପିଟି ଅତି ନୃଶଂସ ଭାବେ ହତ୍ୟା କରିଛି। ଘଟଣା ସମ୍ପର୍କରେ ଗ୍ରାମବାସୀ ଜାଣିବା ପରେ ମୋରଡ଼ା ପୋଲିସକୁ ଖବର ଦେଇଥିଲେ । ଖବର ପାଇ ମୋରଡ଼ା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ଅଭିଯୁକ୍ତ ସ୍ବାମୀକୁ ଗିରଫ କରିଥିବା ଜଣାପଡ଼ିଛି ।
ମଙ୍ଗଳବାର ସକାଳେ ଘଟଣାସ୍ଥଳରେ ମାଜିଷ୍ଟ୍ରେଟ ଭାବେ ମୋରଡ଼ା ତହସିଲଦାର, ମୋରଡ଼ା ପୁଲିସ ପହଞ୍ଚି ସାଇଣ୍ଟିଫିକ୍ ଟିମ୍ ଜରିଆରେ ତଦନ୍ତ କରିଛନ୍ତି । ଘର ନିକଟରେ ପଡିଥିବା ଏକ ଠେଙ୍ଗା ଓ ଲୁହା ପାଇପକୁ ପୁଲିସ ଜବତ କରିଥିବା ବେଳେ ଏସବୁ ହତ୍ୟାକାଣ୍ଡରେ ବ୍ୟବହୃତ ହୋଇଥିବା ଅନୁମାନ କରୁଛି ପୋଲିସ । ମୋରଡ଼ା ପୋଲିସ କେଶ ନମ୍ବର ୭/୨୧ରେ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛି।
Comments are closed.