Odisha Link
Bridging the Missing Links in Odisha

କ୍ରମାଗତ ଅଷ୍ଟମ ଦିନ ପାଇଁ ବଢ଼ିଲା ତୈଳ ଦର

ନୂଆଦିଲ୍ଲୀ: ହୁହୁ ହୋଇ ବଢ଼ିବାରେ ଲାଗିଛି ତୈଳ ଦର। କ୍ରମାଗତ ଭାବେ ଅଷ୍ଟମ ଦିନ ପାଇଁ ଦେଶରେ ତୈଳ ଦର ବୃଦ୍ଧି ପାଇଛି। ଦେଶରେ ପେଟ୍ରୋଲ ଲିଟର ପିଛା ୨୬-୩୦ ପଇସା ବୃଦ୍ଧି ଘଟିଥିବା ବେଳେ ଡିଜେଲ ଲିଟର ପିଛା ୩୩ରୁ ୩୮ ପଇସା ବୃଦ୍ଧି ପାଇଛି।

ତୈଳ ଦର ବୃଦ୍ଧି ପରେ ମୁମ୍ବାଇରେ ପେଟ୍ରୋଲ ଲିଟର ପିଛା ୯୫.୭୫ ଟଙ୍କା ରହିଥିବା ବେଳେ ଡିଜେଲ ଲିଟର ୮୭.୭୨ ଟଙ୍କା ରହିଛି। ଦିଲ୍ଲୀରେ ପେଟ୍ରୋଲ ଲିଟର ୮୯.୨୯ ଟଙ୍କା ଓ ଡିଜେଲ ୭୯.୭୦କୁ ବୃଦ୍ଧି ପାଇଛି।

ସେହିପରି ରାଜଧାନୀ ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୨ ପଇସା ବଢ଼ିଥିବା ବେଳେ ଡିଜେଲ ଲିଟର ପିଛା ୧୦ ପଇସା ବଢ଼ିଛି। ଗତକାଲି ପେଟ୍ରୋଲ ଲିଟର ୯୦.୧୫ ଟଙ୍କା ରହିଥିବା ବେଳେ ଆଜି ୯୦.୧୭ ଟଙ୍କାକୁ ବୃଦ୍ଧି ପାଇଛି ଏବଂ ଡିଜେଲ ଲିଟର ପିଛା ୮୭.୦୧ ଟଙ୍କା ରହିଛି। ସେହିପରି କଟକରେ ପେଟ୍ରୋଲ ଲିଟର ୯.୧୦ ଟଙ୍କା ଥିବା ବେଳେ ଡିଜେଲ ଲିଟର ପିଛା ୮୬.୯୫ ଟଙ୍କା ରହିଛି। ଗଜପତି ଜିଲ୍ଲାରେ ୯୨.୧୨ ଟଙ୍କା ରହିଛି।

Comments are closed.