Odisha Link
Bridging the Missing Links in Odisha

ପୁରୀ ବେଳାଭୂମିରେ ଅଜଣା ଜନ୍ତୁ, ପର୍ଯ୍ୟଟକ ଆତଙ୍କିତ

ପୁରୀ: ପୁରୀ ବେଳାଭୂମିରେ ଅଜଣା ଜନ୍ତୁଦେଖି ସ୍ଥାନୀୟ ଲୋକେ ଓ ପର୍ଯ୍ୟଟକ ଆତଙ୍କିତ ହୋଇଯାଇଛନ୍ତି । ଆଜି ଦିନ ୧୧ଟା ସମୟରେ ଏକ ଅଜଣା ଜନ୍ତୁ ନିଳାଦ୍ରୀ ବିଚ୍ ସମୁଦ୍ର ଜଳରେ ଭାସୁଥିଲା। ସେଠାରେ ମୁତୟନ ଥିବା ଲାଇଫ୍ ଗାର୍ଡମାନେ ଅଜଣା ଜନ୍ତୁଟିକୁ ସମୁଦ୍ର ଭିତରୁ ବହୁ କଷ୍ଟରେ ଉଦ୍ଧାର କରି ସମୁଦ୍ରକୂଳ ଲାଇଫ୍ ଗାର୍ଡ ଆଉଟ୍ ପୋଷ୍ଟକୁ ଆଣିଥିଲେ।

ତେବେ ଅଜଣା ଜନ୍ତୁଟିକୁ ଦେଖିବା ପରେ ସେଠାରେ ଥିବା ପର୍ଯ୍ୟଟକ ଓ ସ୍ଥାନୀୟ ଲୋକେ ଭୟଭୀତ ହୋଇଯାଇଥିଲେ। ଖବର ପାଇ ଘଟଣାସ୍ଥଳରେ ଜଙ୍ଗଲ ବିଭାଗର କର୍ମଚାରୀମାନେ ପହଞ୍ଚିବା ସହ ଲାଇଫ୍ ଗାର୍ଡ ଆଉଟ୍ ପୋଷ୍ଟରୁ ଅଜଣା ଜନ୍ତୁଟିକୁ ଉଦ୍ଧାର କରିଛନ୍ତି ।

Comments are closed.