ତୈଳ ଏବଂ ଗ୍ୟାସ ଭିତିଭୂମି ପାଇଁ ପୁଞ୍ଜିନିବେଶ ହେବ ସାଢ଼େ ୭ ଲକ୍ଷ କୋଟି: ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ: ଭାରତ ସରକାର ତୈଳ ଏବଂ ଗ୍ୟାସ ଭିତିଭୂମି ସୃଷ୍ଟି କରିବା ପାଇଁ ଆଗାମୀ ୫ ବର୍ଷ ମଧ୍ୟରେ ସାଢେ ୭ ଲକ୍ଷ ଟଙ୍କା ପୁଞ୍ଜିନିବେଶ କରିବାର ଯୋଜନା ରଖିଛନ୍ତି ବୋଲି ଆଜି ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ତାମିଲନାଡୁରେ ୩୨ ହଜାର ୭୦୦ କୋଟିର ତୈଳ ଓ ଗ୍ୟାସ ପ୍ରକଳ୍ପକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଲୋକାର୍ପଣ ଓ ଶିଳାନ୍ୟାସ କରିବା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି।
ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭିସି ମାଧ୍ୟମରେ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଲୋକାର୍ପିତ ମହତ୍ୱକାଂକ୍ଷୀ ପ୍ରକଳ୍ପ ତାମିଲନାଡୁକୁ ବିଶୋଧନାଗାରର ପେଣ୍ଠସ୍ଥଳି କରିବ ବୋଲି ମତବ୍ୟକ୍ତ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଭାରତ ରିଫାଇନିଂ କ୍ଷେତ୍ରରେ କ୍ଷମତା ନିର୍ମାଣ ମାଧ୍ୟମରେ ବିଭିନ୍ନ ପଦକ୍ଷେପ ନେଉଛି । ୨୦୧୯-୨୦ରେ ଆମେ ବିଶ୍ୱରେ ରିଫାଇନିଂ କାପାସିଟିରେ ଚତୁର୍ଥ ସ୍ଥାନରେ ଥିଲୁ । ପାଖାପାଖି ୬୫.୨ ମିଲିୟନ ଟନର ପେଟ୍ରୋଲିୟମ ସାମଗ୍ରୀ ରପ୍ତାନୀ ହେଉଛି ଏବଂ ଆଗକୁ ଏହା ଆହୁରି ବଢିବାର ସମ୍ଭାବନା ରହିଛି। ଇଣ୍ଡିଆନ ଅଏଲ ଏବଂ ଗ୍ୟାସ କମ୍ପାନୀ ଗୁଡିକ ବର୍ତମାନ ୨୭ଟି ଦେଶରେ ପାଖାପାଖି ୨ ଲକ୍ଷ ୭୦ ହଜାର କୋଟି ଟଙ୍କା ନିବେଶ କରିଛନ୍ତି।
ଏହି କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ଆଜି ପ୍ରଧାନମନ୍ତ୍ରୀ ମୋଦିଙ୍କ କରକମଳରେ ୩୧ ହଜାର କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ନାଗାପାଟ୍ଟିନମ ସ୍ଥିତ କୌଭେରୀ ବେସିନ ରିଫାଇନାରୀର ଶିଳାନ୍ୟାସ ହୋଇଯାଇଛି। ସେହିପରି ମନାଲି ସ୍ଥିତ ୭୦୦ କୋଟି ଟଙ୍କା ବ୍ୟୟରେ ର୍ନିମିତ ଚେନ୍ନାଇ ପେଟ୍ରୋଲିୟମ କର୍ପୋରେସନ୍ ଲିମିଟେଡ(ସିପିସିଏଲ)ର ରାମାନାଥପୁରମ୍ -ଥୋଥୁକୁଡି ପ୍ରାକୃତିକ ଗ୍ୟାସ୍ ପାଇପଲାଇନ ଏବଂ ପ୍ରାୟ ୫୦୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ଗ୍ୟାସୋଲିନ ଡେସୁଲଫୁରିଜେସନ୍ ୟୁନିଟକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରାଯାଇଛି। ତାମିଲନାଡୁବାସୀଙ୍କ ପାଇଁ ଇଜ୍ ଅଫ୍ ଲିଭିଂ ସୁବିଧାକୁ ବଢାଇବା ପାଇଁ ଭାରତ ସରକାରଙ୍କ ଦ୍ୱାରା ନିଆଯାଇଥିବା ପଦକ୍ଷେପ ଦିଗରେ ଆଜି ଏକ ଐତିହାସିକ ପଦକ୍ଷେପ। ବୁଧବାର ଦେଶ ଉଦ୍ଦେଶ୍ୟରେ ଶୁଭାରମ୍ଭ ହୋଇଯାଇଥିବା ପ୍ରକଳ୍ପ ଗୁଡ଼ିକ ଆତ୍ମନିର୍ଭର ଭାରତର ସ୍ୱପ୍ନକୁ ସାକାର କରିବା ସହ ପରିବେଶ ସହଯୋଗୀ ଏବଂ ସୁଲଭ ଦରରେ ଇନ୍ଧନ ଯୋଗାଇବ।
ଏହାସହ ତାମିଲନାଡୁକୁ ବିଶୋଧନାଗାରର ପେଣ୍ଠସ୍ଥଳିରେ ପରିଣତ କରିବା ସହ ରାଜ୍ୟରେ ରୋଜଗାର ସୃଷ୍ଟି କରିବ ଏବଂ ସାମଗ୍ରିକ ବିକାଶରେ ମଧ୍ୟ ସହାୟକ ହେବ। ଏହି ସମସ୍ତ ପ୍ରକଳ୍ପ ଗୁଡିକ ୫୧.୭ ଲକ୍ଷ ମାନବ ଦିବସ ସୃଷ୍ଟି କରିବ। ଶ୍ରୀ ପ୍ରଧାନ କହିଛନ୍ତି ଯେ ବାର୍ଷିକ ୯ ନିୟୁତ ମେଟ୍ରିକ୍ ଟନ୍ କ୍ଷମତା ବିଶିଷ୍ଟ ନାଗାପଟ୍ଟିନମ୍ ଠାରେ ସ୍ଥାପିତ ହେବାକୁ ଥିବା କୌଭେରୀ ବେସିନ ରିଫାଇନାରୀ ଭାରତର ଉର୍ଜା ସୁରକ୍ଷାକୁ ସହାୟକ ହେବ ଏବଂ ତାମିଲନାଡୁକୁ ଦକ୍ଷିଣ ଭାରତର ଗୁରୁତ୍ୱପୂର୍ଣ୍ଣ ବିଶୋଧନାଗାର ଏବଂ ପେଟ୍ରୋକେମିକାଲର ପେଣ୍ଠସ୍ଥଳି ଭାବରେ ସ୍ଥାପିତ କରିବ।
ଅପରପକ୍ଷରେ ଲୋକାର୍ପିତ ୧୪୪ କିଲୋମିଟର ଲମ୍ବ ରାମନାଥପୁରମ୍ – ଥୋଥୁକୁଡି ଏନ୍ନୋର- ଥିରୁଭାଲୁର- ବେଙ୍ଗାଲୁରୁ- ପୁଡୁଚେରୀ – ନାଗାପାଟ୍ଟିନମ୍- ମଦୁରାଇ- ଟୁଟିକୋରିନ୍ ପ୍ରାକୃତିକ ଗ୍ୟାସ୍ ପାଇପଲାଇନ ତାମିଲନାଡୁର ବସବାସ କରୁଥିବା ଲୋକଙ୍କୁ ନିରନ୍ତର ପ୍ରାକୃତିକ ଗ୍ୟାସ ଯୋଗାଇବ ଏବଂ ଗମନାଗମନ କ୍ଷେତ୍ରରେ ଇନ୍ଧନ ଯୋଗାଇବା ସହ ରାଜ୍ୟର ବିକାଶରେ ଅଭିବୃଦ୍ଧି କରିବ। ଏହି ପ୍ରାକୃତିକ ଗ୍ୟାସ ପାଇପଲାଇନ ପରିବେଶ ସହଯୋଗୀ ଓ ସୁଲଭ ମୂଲ୍ୟରେ ସାର କାରଖାନା ଗୁଡିକୁ ଇନ୍ଧନ ଯୋଗାଇବ। ଯାହାଦ୍ୱାରା ଚାଷୀମାନେ କମ୍ ମୂଲ୍ୟରେ ସାର ପାଇପାରିବେ ଏବଂ ତାମିଲନାଡୁର ସାମାଜିକ- ଅର୍ଥନୈତିକ ବିକାଶକୁ ଗତି ଦେବା ସହ ଭିତିଭୂମିକୁ ପ୍ରୋତ୍ସାହନ ଦେବ।
ଏହାବ୍ୟତିତ ୦.୬ ନିୟୁତ ମେଟ୍ରିକ୍ ଟନ୍ କ୍ଷମତା ବିଶିଷ୍ଟ ଗ୍ୟାସୋଲିନ ଡେସୁଲଫୁରିଜେସନ୍ ୟୁନିଟ୍ ଦେଶରେ ବିଶ୍ୱସ୍ତରୀୟ ଭିତିଭୂମି ପ୍ରସ୍ତୁତ କରିବାରେ ଆଉ ଏକ ବୃହତ ପଦକ୍ଷେପ। ଏହି ୟୁନିଟ୍ ପରିବେଶ ଅନୁକୂଳ ଗ୍ୟାସୋଲିନ୍ ଉତ୍ପାଦନ କରିବ ଓ ଏକ ପ୍ରଦୂଷଣମୁକ୍ତ ପରିବେଶ ପାଇଁ ସହାୟକ ହେବ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି।
Depuis sa mise sur le marché, des événements cardiovasculaires graves tels que, infarctus du myocarde, angor instable, mort subite d’origine cardiaque, arythmie ventriculaire, hémorragie cérébrovasculaire, accident ischémique transitoire, hypertension et hypotension ont été rapportés lors de l’utilisation de VIAGRA. La plupart de ces patients, mais pas tous, présentaient des facteurs de risque cardiovasculaire préexistants. casino canada De nombreux événements ont été rapportés comme s’étant produits au cours ou peu de temps après un rapport sexuel et quelques-uns comme s’étant produits après l’utilisation de VIAGRA sans activité sexuelle.