୧୧ କ୍ୱିଣ୍ଟାଲ୍ ୪୫ କିଲୋ ଗଞ୍ଜେଇ ଜବତ

କୋରାପୁଟ: ବେଆଇନ ଗଞ୍ଜେଇ ଚାଲଣା ବେଳେ ଏକ ଟ୍ରକକୁ ଜବତ କରିଛି ପୁଲିସ।ସେମିଳିଗୁଡ଼ା-ନନ୍ଦପୁର ରାସ୍ତାର ବୋଡ଼େଙ୍ଗା ଛକରେ ଗତ ଅପରାହ୍ଣ ୧୨:୩୦ରେ ସେମିଳିଗୁଡ଼ା ପୁଲିସ ୧୧ କ୍ୱିଣ୍ଟାଲ୍ ୪୫ କିଲୋ ଗଞ୍ଜେଇ ଜବତ କରି ଏକ ମାମଲା ରୁଜୁ କରିଛି।
ପୁଲିସ ଘଟଣାସ୍ଥଳରୁ ୪ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତଙ୍କ ମଧ୍ୟରୁ ୩ଜଣ ହେଉଛନ୍ତି ଝାଡ଼ଖଣ୍ଡ ଅନ୍ତର୍ଗତ ବୋକାରୋ ଜିଲ୍ଲାର ବାସିନ୍ଦା। ଅଭିଯୁକ୍ତ ହେଲେ ସୁବୋଧ କୁମାର ମହନ୍ତୋ, ଉତ୍ତମ କୁମାର ହାଁସଦା ଓ ବବଲୁ ମହନ୍ତୋ। ଗିରଫ ହୋଇଥିବା ଚତୁର୍ଥ ବ୍ୟକ୍ତଜଣକ ହେଉଛନ୍ତି ପଡୁଆ ଅଞ୍ଚଳର ସୀତାରାମ ଗେମେଲ୍।
ସେମାନଙ୍କ ଠାରୁ ୨ଟି ମୋବାଇଲ୍ ଫୋନ୍, ୨ଟି ନମ୍ବର ପ୍ଲେଟ୍ ଏବଂ ଅନ୍ୟାନ୍ୟ ଉପକରଣ ଜବତ କରିଛି ପୁଲିସ। ଜବତ ଗଞ୍ଜେଇ ଆନୁମାନିକ ମୂଲ୍ୟ ୫୭ ଲକ୍ଷ ଟଙ୍କାରୁ ଅଧିକ ହେବ। ପୁଲିସଠୁ ବଞ୍ଚିବା ପାଇଁ ସେମାନେ ଦୁଇଟି ନମ୍ବର ପ୍ଳେଟ୍ ରଖୁଥିଲେ।
Comments are closed.