Odisha Link
Bridging the Missing Links in Odisha

ଏନକାଉଣ୍ଟରରେ ୩ ଆତଙ୍କବାଦୀ ନିହତ

ଜାମ୍ମୁକାଶ୍ମୀର : ସୋପିଆନ ଅଞ୍ଚଳରେ ସୁରକ୍ଷାକର୍ମୀ-ଆତଙ୍କବାଦୀଙ୍କ ଗୁଳି ବିନିମୟରେ ୩ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ତେବେ ମୃତ ଆତଙ୍କବାଦୀଙ୍କ ନିକଟରୁ ବିପୁଳ ପରିମାଣର ଗୁଳିଗୋଳା ସହ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି ।

ମୃତ ଆତଙ୍କାବାଦୀ ଲସ୍କର-ଇ-ତୋଇବାର ସଦସ୍ୟ ଥିବା କୁହାଯାଇଛି । ଭାରତୀୟ ସେନାର ଜଣେ ଏସଓପି ମଧ୍ୟ ସହୀଦ ହୋଇଛନ୍ତି। ଜଣେ ଯବାନ ମଧ୍ୟ ଗୁରୁତର ହୋଇଥିବା ସୂଚନା ରହିଛି।

ଘେରାବନ୍ଦୀ ଅବସ୍ଥାରେ ଥିବାବେଳେ ଆତଙ୍କବାଦୀ ମାନେ ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳିଚାଳନା କରିଥିଲେ। ସୁରକ୍ଷାବଳ ଏହାର ମୁହଁତୋଡ ଜବାବ ଦେଇଥିଲେ। ଏହି ଘଟଣା ପରେ ସେନା ପକ୍ଷରୁ ବୁଡଗ୍ରାମ ଅଞ୍ଚଳକୁ ସିଲ୍ କରାଯିବା ସହ ସର୍ଚ୍ଚ ଅପରେସନ ଜାରି ରହିଛି।

Comments are closed.