ଏଣିକି ଅନଲାଇନରେ ଇଡବ୍ଲୁଏସ ଆଡ଼ମିଶନ
ଭୁବନେଶ୍ୱର: ରାଜ୍ୟରେ ଏଣିକି ଅନଲାଇନରେ ଇଡବ୍ଲୁଏସ ପିଲାମାନେ ସ୍କୁଲରେ ଆଡ଼ମିଶନ କରିପାରିବେ। ଆର୍ଥିକ ଅନଗ୍ରସର ବର୍ଗ ପିଲାମାନେ ଅନଲାଇନରେ ଆଡ଼ିମିଶନ କରିବେ। ନିର୍ଦ୍ଦିଷ୍ଟ ପୋର୍ଟାଲରେ ଆବେଦନ ସହ ଅନଲାଇନରେ ଆଡମିଶନ ହେବ।
ପିଲାମାନେ https://rteparadarshi.odisha.gov.in/odisha ପୋର୍ଟାଲରେ ଆବେଦନ କରିବେ। ଏନେଇ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକଙ୍କୁ ଚିଠି ଲେଖିଛନ୍ତି ଗଣଶିକ୍ଷା ଅତିରିକ୍ତ ସଚିବ।
ଅନ୍ୟପଟେ ଆଜି ରାଜ୍ୟ ହାଇସ୍କୁଲର ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କ ସାର୍ଟିଫିକେଟ୍ ପାଇଁ ବୋର୍ଡ ଅଫ୍ ସେକେଣ୍ଡାରୀ ଏଜୁକେସନ୍ (ବିଏସ୍ଇ) କାର୍ୟ୍ୟାଳୟକୁ ଦୌଡିବାକୁ ପଡ଼ିବ ନାହିଁ । ଏଥର ଅନଲାଇନରେ ମାଟ୍ରିକ ସାର୍ଟିଫିକେଟ ମିଳିବ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ୟ୍ୟାଳୟ ପକ୍ଷରୁ ଟୁଇଟ୍ କରି ସୂଚନା ଦିଆଯାଇଛି।
ସାର୍ଟିଫିକେଟ ସହ ସମସ୍ତ ଦସ୍ତାବିଜ ହାଇସ୍କୁଲ ପିଲାଙ୍କୁ ଅନଲାଇନରେ ମିଳିବ। ଛାତ୍ରଛାତ୍ରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ଗଣଶିକ୍ଷା ବିଭାଗ ଓ ଓକାକର ମିଳିତ ପ୍ରୟାସରେ ହାଇସ୍କୁଲ ପିଲାଙ୍କୁ ସାର୍ଟିଫିକେଟ ଅନଲାଇନରେ ମିଳିବ ବୋଲି କୁହାଯାଇଛି।
Comments are closed.