ଯୋରନ୍ଦା ମେଳାକୁ ବାହାର ସାଧୁସନ୍ଥଙ୍କୁ ମନା

ଢେଙ୍କାନାଳ: କରୋନା କଟକଣା ମଧ୍ୟରେ ହେବ ବିଶ୍ବ ପ୍ରସିଦ୍ଧ ଯୋରନ୍ଦା ମାଘ ମେଳା। ଆସନ୍ତା ମାର୍ଚ୍ଚ ୧୫ରୁ ୧୭ ମଧ୍ୟରେ କରୋନା କଟକଣା ଭିତରେ ହେବ ଯୋରନ୍ଦା ମାଘ ମେଳା। ଚଳିତ ବର୍ଷ ଯୋରନ୍ଦା ମାଘ ମେଳାରେ କେବଳ ଜିଲ୍ଲାର ସାଧୁସନ୍ଥଙ୍କୁ ଭାଗନେବାକୁ ଅନୁମତି ମିଳିଛି।
ଜିଲ୍ଲାର ସାଧୁସନ୍ଥଙ୍କୁ କରୋନା ନେଗେଟିଭ୍ ରିପୋର୍ଟ ନେଇ ଆସିବାକୁ ପଡିବ। ଏଥିସହ ଜିଲ୍ଲା ଓ ରାଜ୍ୟ ବାହାରୁ ସାଧୁସନ୍ଥଙ୍କୁ ମେଳାକୁ ଆସିବାକୁ ବାରଣ କରାଯାଇଛି। ଜନସାଧାରଣଙ୍କୁ ମଧ୍ୟ ମେଳାକୁ ଆସିବାକୁ ବାରଣ କରିଛି ଜିଲ୍ଲା ପ୍ରାଶସନ। ସମିତ ସଂଖ୍ୟକ ସାଧୁସନ୍ଥଙ୍କୁ ନେଇ ମେଳା ରୀତିନୀତି କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
Comments are closed.