୧୮ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ

ଲମତାପୁଟ : ରାଜ୍ୟରେ ଗଞ୍ଜେଇ ଚୋରା ଚାଲଣା ବଢ଼ିବାରେ ଲାଗିଛି । ତେବେ ସେମାନଙ୍କର ସମସ୍ତ ଯୋଜନାକୁ ପଣ୍ଡ କରି ଦେଉଛନ୍ତି ପୁଲିସ। ରାତ୍ରି ପାଟ୍ରୋଲିଂ କରୁଥିବା ସମୟରେ ଲମତାପୁଟ ଥାନା ପୁଲିସ ଗଞ୍ଜେଇ ଜବତ କରିଛି।
ପୁଲିସ୍ ପ୍ରାୟ ୬ କ୍ୱିଣ୍ଟାଲ ଗଞ୍ଜେଇ ଜବତ କରିଛି। ତେବେ ଜବତ ହୋଇଥିବା ଗଞ୍ଜେଇର ଆନୁମାନିକ ମୂଲ୍ୟ ୧୮ ଲକ୍ଷ ଟଙ୍କା ହେବ ବୋଲି ଜଣାପଡ଼ିଛି । ଆନ୍ଧ୍ରପ୍ରଦେଶରୁ ଜୟପୁର ଚାଲାଣ କରାଯାଉଥିବା ସମୟରେ କଡ୍ରି ମାଳିପୁଟ ନିକଟରେ ଚାଲାଣକାରୀମାନେ ଗଞ୍ଜେଇ ସହ ଧରାପଡ଼ିଥିଲେ ।
Comments are closed.