ବଢ଼ିଲା ସୁନା ଦର, ଜାଣନ୍ତୁ କେତେ…

ନୂଆଦିଲ୍ଲୀ: ସୁନା ଦର କ୍ରମାଗତ ଭାବେ ହ୍ରାସ ପାଇବା ପରେ ପୁଣି ବଢ଼ିଲା ସୁନା ଦର। ରାଜଧାନୀ ଦିଲ୍ଲୀରେ ମଙ୍ଗଳବାର ସୁନା ଏବଂ ରୁପା ମୂଲ୍ୟରେ ବୃଦ୍ଧି ପାଇଛି। ବିଶ୍ୱ ବଜାରରେ ମଜ୍ବୁତ୍ ସ୍ଥିତି ଭିତରେ ସରଫା ବଜାରରେ ସୁନାର ଦାମ୍ରେ ୩୩୭ଟଙ୍କା ବୃଦ୍ଧି ହୋଇଛି। ଫଳରେ ସୁନା ଦର ଦଶ ଗ୍ରାମ ପିଛା ମୂଲ୍ୟ ୪୬,୩୭୨ ଟଙ୍କାରେ ପହଞ୍ଚିଛି। ପୂର୍ବ କାରବାରରେ ସୁନା ଦଶ ଗ୍ରାମ୍ ପ୍ରତି ୪୬,୦୩୫ ଟଙ୍କାରେ ବନ୍ଦ ହୋଇଥିଲା।
ଏଥିସହ ରୁପାର ମୂଲ୍ୟରେ ମଧ୍ୟ ଆଜି ସାମାନ୍ୟ ବୃଦ୍ଧି ପାଇଛି। ରୁପା ଦର କିଲୋଗ୍ରାମ ପ୍ରତି ୧,୧୪୯ ଟଙ୍କା ବଢ଼ି ୬୯,୬୬୭ ଟଙ୍କାରେ ପହଞ୍ଚିଛି। ପୂର୍ବ କାରବାରରେ ରୁପାର ଦାମ୍ ୬୮,୫୧୮ ଟଙ୍କା ପ୍ରିତି କେଜିରେ ବନ୍ଦ ହୋଇଥିଲା।
Comments are closed.