ସୈଫିନାଙ୍କ ନବଜାତ ଶିଶୁ ପୁତ୍ରର ଫଟୋ ଭାଇରାଲ୍

ମୁମ୍ବାଇ: ସୈଫିନାଙ୍କ ନବଜାତ ଶିଶୁ ପୁତ୍ରର ଫଟୋ ଭାଇରାଲ୍। ଗତକାଲି ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲ୍ରେ କରୀନା କାପୁର ଏକ ଶିଶୁ ପୁତ୍ର ଜନ୍ମ ଦେଇଥିଲେ। ଆଜି ନିଜର ନବଜାତ ପୁତ୍ରକୁ ଘରକୁ ନେଇଛନ୍ତି ସୈଫ୍ ଅଲ୍ଳୀ ଖାନ୍ ଓ କରୀନା କପୁର୍।
କରୀନାଙ୍କୁ ହସ୍ପିଟାଲ୍ରୁ ଡିସ୍ଚାର୍ଜ କରାଯିବା ପରେ ସୈଫ୍ ଓ ତୈମୁର୍ ତାଙ୍କୁ ଘରକୁ ନେବା ପାଇଁ ଯାଇ ହସ୍ପିଟାଲ୍ରେ ପହଞ୍ଚିଥିଲେ। ଏହିି ଅବସରରେ ସୈଫ୍, କରୀନାଙ୍କ ନବଜାତ ଶିଶୁର ଫଟୋ ବି ସୋସିଆଲ୍ ମିଡିଆରେ ପ୍ରଥମ ଥର ପାଇଁ ଭାଇରାଲ୍ ହୋଇଛି।
ସୈଫ୍, କରୀନା ଓ ତୈମୁର ହସ୍ପିଟାଲ୍ରୁ ନବଜାତ ପୁତ୍ରକୁ ନେଇ ଫେରୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି। କାର୍ର ଆଗ ସିଟ୍ରେ ବସିଥିବା ସୈଫ୍ ଓ ତୈମୁରଙ୍କୁ ଫଟୋରେ ଦେଖିବାକୁ ମିଳିଛି।
Comments are closed.