ଭାରତୀୟ ବାୟୁସୀମାରେ ଉଡ଼ିବ ଇମ୍ରାନଙ୍କ ବିମାନ
![](https://www.odishalink.com/wp-content/uploads/2019/08/imran-khan.jpeg)
ନୂଆଦିଲ୍ଲୀ: ଭାରତୀୟ ବାୟୁସୀମାରେ ଉଡ଼ିବ ପାକିସ୍ତାନ ବିମାନ। ଉଡ଼ାଣ ଲାଗି ଅନୁମତି ଦେଲେ କେନ୍ଦ୍ର ସରକାର। ଭାରତକୁ ଦିନେ ଅନୁମତି ଦେଇନଥିବା ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନଙ୍କୁ ଭାରତ ଅନୁମତି ଦେଇଥିବାରୁ ଚାରିଆଡ଼ୁ ପ୍ରଶଂସାର ପାତ୍ର ହୋଇଛନ୍ତି ଭାରତ ସରକାର।
ସୂଚନାଯୋଗ୍ୟ, ଭାରତୀୟ ବାୟୁସୀମା ଦେଇ ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନଙ୍କ ବିମାନ ଉଡ଼ାଣ ଲାଗି ଅନୁମତି ଦେଇଛନ୍ତି ଭାରତ ସରକାର। ଆଜି ଇମ୍ରାନ ଦୁଇ ଦିନିଆ ଶ୍ରୀଲଙ୍କା ଗସ୍ତ କରିବାକୁ ଥିବାରୁ ଭାରତୀୟ ବାୟୁସୀମା ଦେଇ ତାଙ୍କ ବିମାନ ଉଡ଼ାଣ ଲାଗି ପାକିସ୍ତାନ ଅନୁମତି ମାଗିିଥିଲା
ସୂଚନାଥାଉକି, ୨୦୧୯ରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିମାନକୁ ପାକିସ୍ତାନ ବାୟୁସୀମାରେ ଉଡ଼ାଣ ଲାଗି ଅନୁମତି ଦେଇନଥିଲେ ଇମ୍ରାନ ସରକାର। ସେତେବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକା ଏବଂ ସାଉଦି ଆବର ଗସ୍ତ କରିବା କାର୍ଯ୍ୟକ୍ରମ ଥିଲା। କିନ୍ତୁ ପାକିସ୍ତାନ ସେହି ସମୟରେ ନିର୍ଜ ଏୟାରସ୍ପେସ ଖୋଲିବାକୁ ମନା କରିବା ସହ କାଶ୍ମୀରରେ କଥିତ ମାନବାଧିକାର ଉଲ୍ଲଂଘନ ଅଭିଯୋଗ ଆଣିଥିଲା।
Comments are closed.