ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ମିଳିଲା ଜାମିନ
ଭୁବନେଶ୍ବର: ବହୁ ଚର୍ଚ୍ଚିତ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଜାମିନ ମିଳିଛି। କ୍ରାଇମବ୍ରାଞ୍ଚ ପକ୍ଷରୁ ହୋଇଥିବା ମାମଲାରେ ପ୍ରଦୀପଙ୍କୁ ଆଜି ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି ହାଇକୋର୍ଟ।
୫ ଲକ୍ଷ ଟଙ୍କାର ନଗଦ ଜମା ସହ ୨ ଜଣ ଜାମିନଦାରଙ୍କ ବଦଳରେ ପ୍ରଦୀପଙ୍କୁ ଜାମିନ ମିଳିଛି। ୨୪ ଲକ୍ଷ ଟଙ୍କା ନଗଦ ଜମାକରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ବର୍ତ୍ତମାନ ବିଧାୟକ ପ୍ରଦୀପ ପାଣିଗ୍ରାହୀ ଝାରପଡା ଜେଲରେ ଅଛନ୍ତି।
ପୂର୍ବରୁ ଜନବିରୋଧୀ ଅଭିଯୋଗରେ ପ୍ରଦୀପଙ୍କୁ ବିଜେଡିରୁ ସସପେଣ୍ଡ କରାଯାଇଥିଲା। ଏଥିସହ ଆଇଏଫଏସ ଅଫିସର ଅଭୟକାନ୍ତ ପାଠକ ଓ ତାଙ୍କ ପୁଅ ଆକାଶ ପାଠକ କୋଟିକୋଟି ଟଙ୍କାର ଠକେଇରେ ଏଥିରେ ପ୍ରଦୀପଙ୍କ ସଂପୃକ୍ତି ରହିଥିବା ନେଇ ଅଭିଯୋଗ ହୋଇଛି।
ସୂଚନାଯୋଗ୍ୟ, ଲୋକାୟୁକ୍ତରେ ପ୍ରଦୀପ ପାଣିଗ୍ରାହୀଙ୍କ ନାମରେ ଥିବା ମାମଲାକୁ ଖାରଜ କରାଯାଇଛି। ଲୋକାୟୁକ୍ତଙ୍କ ତଦନ୍ତ ଆଦେଶକୁ ହାଇକୋର୍ଟ ଖାରଜ କରିଛନ୍ତି। ମାମଲାର ତଦନ୍ତ ଭିଜିଲାନ୍ସ କରିପାରିବ ନାହିଁ ବୋଲି ହାଇକୋର୍ଟ କହିଛନ୍ତି। ଭିଜିଲାନ୍ସ ଆବେଦନକାରୀ ହୋଇଥିବାରୁ ତଦନ୍ତ କରିପାରିବନି ବୋଲି ହାଇକୋର୍ଟ କହିଛନ୍ତି। ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ଲୋକାୟୁକ୍ତଙ୍କ ଠାରେ ମାମଲା ହେବା ପରେ ଲୋକାୟୁକ୍ତ ଭିଜିଲାନ୍ସ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ।
Comments are closed.