“ତୈଳ ଦର ୫ ଟଙ୍କା କମିଛି, କୋଭିଡ୍ ଟୀକା ପାଇଁ ବଢ଼ୁଛି”

ଭୁବନେଶ୍ବର: ଦେଶରେ ତୈଳଦୂ ହୁ ହୁ ହୋଇ ବଢ଼ୁଥିବା ବେଳେ ଏହା ସପକ୍ଷରେ ବିତଣ୍ଡା ଯୁକ୍ତି ବାଢ଼ିଛନ୍ତି ବିଜେପି ବିଧାୟକ ତଥା ବିରୋଧୀଦଳ ଉପନେତା ବିଷ୍ଣୁ ସେଠୀ। ମଙ୍ଗଳବାର ଦିନ ଗଣମାଧ୍ୟମକୁ ବକ୍ତବ୍ୟ ଦେଇ ସେ କହିଛନ୍ତି, “ଗତକାଲି ତୈଳ ଦର ସାରା ଦେଶରେ ୫ ଟଙ୍କା କିମିଛି।” ସୋମବାର ତୈଳ ଦର ଟଙ୍କାଟିଏ ବି କମି ନ ଥିବା ବେଳେ ଏଭଳି ବିଜେପି ନେତାଙ୍କ ଏଭଳି ଡାହା ମିଛ ପାଇଁ ସାମାଜିକ ଗଣମାଧ୍ୟମରେ ଦଳ ଉପହସିତ ହୋଇଛି। ବିଭିନ୍ନ ସମୟରେ ନିଜର ବେପରୁଆ ମତ ପାଇଁ ଖ୍ୟାତ ଶ୍ରୀ ସେଠୀ ଏଥର ମଧ୍ୟ ବେଶ୍ ସହଜରେ ମିଛ ଝାଡ଼ିଛନ୍ତି।
ତୈଳଦର ବୃଦ୍ଧି ନେଇ ଗଣମାଧ୍ୟମ ସହ କଥା ହେବା ବେଳେ ଶ୍ରୀ ସେଠୀ କହିଛନ୍ତି ଯେ କୋଭିଡ୍ ଟୀକା ପାଇଁ ଦେଶରେ ଦର ବୃଦ୍ଧି ପାଇଛି। ତୈଳ ଦର ବୃଦ୍ଧି ଟଙ୍କା ଟୀକା ନିର୍ମାଣରେ ଖର୍ଚ୍ଚ ହେଉଛି ବୋଲି ନୂଆ ମିଛଟିଏ ଉଦ୍ଭାବନ କରିଛନ୍ତି ବିଧାୟକ ଶ୍ରୀ ସେଠୀ।
ଦଶନ୍ଧି ଦଶନ୍ଧି ଧରି ଦେଶରେ ବିଭିନ୍ନ ପ୍ରତିଷେଧକ ଟୀକା ସରକାରଙ୍କ ପକ୍ଷରୁ ଦେଶବାସୀଙ୍କୁ ମାଗଣା ଯୋଗାଇ ଦିଆଯାଉଛି। ତେବେ କରୋନା ଟୀକା ଏଯାବତ୍ ଦେଶବାସୀଙ୍କୁ ମାଗଣା କିମ୍ବା ଅର୍ଥ ବିନିମୟରେ ଯୋଗାଇ ଦିଆଯାଇନାହିଁ। କେବଳ କୋଭିଡ୍ ଯୋଦ୍ଧା ଏହି ଟୀକା ପାଇଛନ୍ତି। ତେବେ ଏ ଟୀକାକରଣ ପାଇଁ ତୈଳ ଦର ବୃଦ୍ଧି ହେବା ଭଳି ବିଷ୍ଣୁଙ୍କ ଯୁକ୍ତିରେ ସତ୍ୟତା ଥିବା ମନେହେଉନାହିଁ।
ସୂଚନାଯୋଗ୍ୟ ଗତକାଲି ମାଲକାନଗିରିର କାଲିମେଳାରେ ପେଟ୍ରୋଲ ଦର ଲିଟର ପିଛା ୧୦୦ ଟଙ୍କା ଡେଇଁଛି। ଗତକାଲି ଏହାର ପ୍ରତିବାଦରେ କିଛି ବିଧାୟକ ବିଧାନସଭାକୁ ସାଇକେଲରେ ଆସିଥିବା ଦେଖିବାକୁ ମିଳିଥିଲା।
Comments are closed.