ଉତ୍ତର ପାଇଲେ ଉତ୍ତର ଦେବି: ଅପରାଜିତା

ଭୁବନେଶ୍ବର: ମନ୍ତ୍ରୀ ଅଶୋକ ପଣ୍ଡାଙ୍କ ୪ ପ୍ରଶ୍ନର ସାଂସଦ ଅପରାଜିତା ଲିଖିତ ପ୍ରତିକ୍ରିୟା ରଖିଛନ୍ତି। ଫେବ୍ରୁଆରୀ ୧୫ ତାରିଖରେ ରାଜ୍ୟ ସରକାରଙ୍କୁ ୫ଟି ପ୍ରଶ୍ନ କରିଥିଲି। ଏନେଇ ରାଜ୍ୟ ସରକାରଙ୍କ ଠାରୁ ଉତ୍ତର ପାଇବାକୁ ଅପେକ୍ଷା କରିଛି। ମୋ ୫ଟି ପ୍ରଶ୍ନର ଉତ୍ତର ପାଇବା ପରେ ସବୁ ପ୍ରଶ୍ନର ଉତ୍ତର ଦେବି। ରାଜ୍ୟ ସରକାରଙ୍କ ସବୁ ମନ୍ତ୍ରୀଙ୍କ ସବୁ ପ୍ରଶ୍ନର ଉତ୍ତର ଦେବି। ଜଣେ କାହିଁକି? ବୋଲି କହିଛନ୍ତି ସାଂସଦ ଅପରାଜିତା।
ପ୍ରକାଶ ଯେ, ବାଏ-ଲ’ କୁ ନେଇ ସାଂସଦ ଅପରାଜିତାଙ୍କୁ ୪ଟି ପ୍ରଶ୍ନ ପଚାରିଛନ୍ତି ମନ୍ତ୍ରୀ ଅଶୋକ ପଣ୍ଡା। ସଂସଦରେ ବାଇ-ଲ’ ପ୍ରସଙ୍ଗ ନ ଉଠାଇ ହାତଛଡ଼ା କରିବା ଉଚିତ କି ବୋଲି ପ୍ରଶ୍ନ କରିଛନ୍ତ ମନ୍ତ୍ରୀ ଅଶୋକ ପଣ୍ଡା। ଏହାକୁ ନେଇ ଭିଜେଡ଼ି ଓ ବିଜେପି ଉଭୟ କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ଭେଟିଥିଲେ। ମାତ୍ର କୌଣସି ବି ଫଟୋରେ ସାଂସଦ ଅପରାଜିତାଙ୍କୁ ଦେଖି ନଥିବା କହିଛନ୍ତି ମନ୍ତ୍ରୀ ଅଶୋକ ପଣ୍ଡା।
ସେପଟେ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ କିଛି ସେବାୟତମାନଙ୍କୁ ନେଇ ବାଇ-ଲ’ ବାବଦରେ ଆଲୋଚନା କରିଛନ୍ତି। ଆକ୍ଟ ଓ ବାଇ-ଲ’ ମଧ୍ୟରେ ଥିବା ପାର୍ଥକ୍ୟ ବୁଝାଇଛନ୍ତି। ଆଜି ପଳାସପଲ୍ଲୀସ୍ଥିତ ସାଂସଦଙ୍କ କାର୍ଯ୍ୟାଳୟରେ ବିଭିନ୍ନ ସେବାୟତମାନେ ଯୋଗଦେଇ ମତାମତ ଉପସ୍ଥାପନ କରିଥିଲେ। ସେମାନଙ୍କୁ ବୁଝାଇବାକୁ ଯାଇ ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ କହିଥିଲେ ଯେ, ୧୯୯୨ଜୁନ୍ ୧୬ ପୂର୍ବରୁ କଟକଣା ପରିସରରେ ଯେଉଁ ଘର ରହିଛି, ତାହାର ମରାମତି ପାଇଁ ଅନୁମତି ଆବଶ୍ୟକ ନାହିଁ।
ଏହା ପରେ ଯେଉଁ ଘର କରାଯିବ, ସେଥିପାଇଁ ରାଜ୍ୟର କ୍ଷମତାପ୍ରାପ୍ତ ଅଧିକାରୀ ତଥା ସଂସ୍କୃତି ବିଭାଗ ନିର୍ଦେଶକଙ୍କୁ ଆବେଦନ କରିବାକୁ ପଡ଼ିବ। ସେଠାରୁ ଅନୁମୋଦନ ମିଳିବା ପରେ ପୁଣି ଏଏସ୍ଆଇ ଓ ଏନ୍ଏମ୍ଏକୁ ଯିବ। ସେଠାରୁ ଅନୁମୋଦନ ମିଳିବା ପରେ ଜଣେ ଘର କରିପାରିବ। ଏକାମ୍ର କ୍ଷେତ୍ରରେ ଏହି ନିୟମ ପୂର୍ବରୁ ଥିଲା, ଏବେ ବି ରହିଛି ବୋଲି ସାଂସଦ ବୁଝାଇଥିଲେ। କୀର୍ତ୍ତିରାଜିର ବିକାଶ ଓ ସଂରକ୍ଷଣ ଆବଶ୍ୟକ।
Comments are closed.